ବର୍ଷାରେ ବୁଡିଲା ପୋଲ : ଯାନବାହାନ ଚଳାଚଳ ବନ୍ଦ
ଲଗାଣ ବର୍ଷାରେ କାଲିମେଳାରେ ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ

ଲଗାଣ ବର୍ଷାରେ କାଲିମେଳାରେ ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ । ୨ଫୁଟର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେଉଛି । ୩୨୬ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି । ବର୍ଷା ପାଇଁ ସପ୍ତାହ ଭିତରେ ୨ ଥର ବୁଡ଼ିଲାଣି ଏହି ପୋଲ ।