ହାଇ ଆଲର୍ଟ ରେ ଓଡ଼ିଶା

ଛତିଶଗଡରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାକୁ ହାଇ ଆଲର୍ଟ

ହାଇ ଆଲର୍ଟ ରେ ଓଡ଼ିଶା

ଭୁବନେଶ୍ୱର,୨୬/୪ : ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ୩ ଜିଲ୍ଲାକୁ ଆଲର୍ଟ କରାଇଛନ୍ତି ରାଜ୍ୟ ସରକାର। ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଆଲର୍ଟ ରହିବା ସହିତ କମ୍ବିଂ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମାବର୍ତ୍ତି ଅଞ୍ଚଳରେ ଚେକିଂ ଓ ବ୍ଲକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୁଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା।

ସୂଚନା ଅନୁସାରେ, ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଛି । ଆକ୍ରମଣରେ ୧୧ ଯବାନ ସହିଦ ହୋଇଛନ୍ତି। ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆଇଜି ଯବାନ ଓ ଜଣେ ଡ୍ରାଇଭର ରହିଛନ୍ତି। ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଛି ଭୟଙ୍କର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଭୟଙ୍କର ବିସ୍ଫୋରଣରେ ଯବାନଙ୍କ ଗାଡି ଉଡ଼ି ଯାଇଛି ।ତେବେ ଏହି ଯବାନମାନେ ନକ୍ସଲ ବିରୋଧୀ ଅପରେଶନ ପାଇଁ ଯାଉଥିଲେ । ଦନ୍ତେୱାଡା ଜିଲ୍ଲା ଅରନପୁର ନିକଟରେ ନକ୍ସଲମାନେ ଆମ୍ବୁଲ ଲଗାଇ ଆକ୍ରମଣ କରିଥିଲେ । ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ବି ସୂଚନା ମିଳିଛି ।

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ କଥା ହୋଇଥିବା ବେଳେ ଛତିଶଗଡକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।