ରାଜ୍ୟରେ ୭ ବରିଷ୍ଠ ଓଏଏସ୍ଙ୍କ ବଦଳି
ଓଡିଶା ପ୍ରଶାସନିକ ସେବା ବା ଓଏଏସ୍ ସ୍ତରରେ ରାଜ୍ୟ ସରକାର ବଦଳି କରିଛନ୍ତି

ଓଡିଶା ପ୍ରଶାସନିକ ସେବା ବା ଓଏଏସ୍ ସ୍ତରରେ ରାଜ୍ୟ ସରକାର ବଦଳି କରିଛନ୍ତି । କଟକ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅମ୍ବର କୁମାର କରଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ବା ଓଡିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଅବକାରୀ ବିଭାଗର ଅତିରିକ୍ତ ସଚିବ ମିହିର ପ୍ରସାଦ ମହାନ୍ତିଙ୍କୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି । ନୟାଗଡ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ପଦରେ ଥିବା ସୁବାସ ଚନ୍ଦ୍ର ରାୟଙ୍କୁ କଟକ ଜିଲ୍ଳା ପରିଷଦ କାର୍ଯ୍ୟନିର୍ବାହୀ ଭାବେ ବଦଳି କରାଯାଇଛି । ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଲଲାଟେନ୍ଦୁ ସାହୁଙ୍କୁ ଓଟିଡିସି ଜେନେରାଲ ମ୍ୟାନେଜର କରାଯିବା ସହ ବୈତୁରା ଦୀପଙ୍କୁ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ସୋନପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକରାୀ ସୂର୍ଯ୍ୟାଂଶୁ ରୁଟ୍ଙ୍କୁ ଝାରସୁଗୁଡା ଜିଲ୍ଲା ପରିଷଦର ଅଧିକାରୀ ଭାବେ ବଦଳି କରାଯାଇଛି । ସେହିପରି ବରିଷ୍ଠ ଓଏଏସ୍ ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି ।