୨୦୨୪ ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା କଂଗ୍ରେସ
ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଆଜି ଏହାର ନିର୍ବାଚନ ଇସ୍ତାହାର ଜାରି କରିଛି। ଜାତିଗତ ଜନଗଣନା, ନିଯୁକ୍ତି ସୁଯୋଗ ଏବଂ ମହିଳାଙ୍କ ପାଇଁ ଟଙ୍କା ଟ୍ରାନ୍ସଫର ଉପରେ ଫୋକସ କରି କଂଗ୍ରେସ ଦଳ ଏହାର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଛି

ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଆଜି ଏହାର ନିର୍ବାଚନ ଇସ୍ତାହାର ଜାରି କରିଛି। ଜାତିଗତ ଜନଗଣନା, ନିଯୁକ୍ତି ସୁଯୋଗ ଏବଂ ମହିଳାଙ୍କ ପାଇଁ ଟଙ୍କା ଟ୍ରାନ୍ସଫର ଉପରେ ଫୋକସ କରି କଂଗ୍ରେସ ଦଳ ଏହାର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଛି। ଦଳର ଇସ୍ତାହାର ଅନୁଯାୟୀ କଂଗ୍ରେସ ଦେଶବ୍ୟାପୀ ସାମାଜିକ- ଅର୍ଥନୈତିକ ଜାତିଗତ ଜନଗଣନା କରିବ।
ଦଳ ଦେଶବ୍ୟାପୀ ମହାଲକ୍ଷ୍ମୀ ଯୋଜନା ଆରମ୍ଭ କରିବାପାଇଁ ପ୍ରତିଶ୍ରୁତି ଦେଇଛି। ଏହି ଯୋଜନା ଅଧୀନରେ ପ୍ରତି ଗରିବ ଭାରତୀୟ ପରିବାରକୁ କଂଗ୍ରେସ ୧ ଲକ୍ଷ ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦେଇଛି। ଏସସି, ଏସଟି ଏବଂ ଓବିସି ଛାତ୍ରଙ୍କ ପାଇଁ ସ୍କଲାରସିପ ପାଣ୍ଠି ଦ୍ବିଗୁଣିତ କରାଯିବ। ବିଦେଶରେ ପଢ଼ିବାପାଇଁ ଦଳ ପୁଣିଥରେ ମୌଲାନା ଆଜାଦ ସ୍କଲାରସିପ୍ ଆରମ୍ଭ କରିବ ଏବଂ ସ୍କଲାରସିପ୍ ସଂଖ୍ୟା ବୃଦ୍ଧି କରିବ। ବ୍ୟକ୍ତିଗତ ଆଇନର ସଂସ୍କାର ପାଇଁ ଦଳ ଉତ୍ସାହିତ କରିବ।