ଆଇପିଏସ୍ ସ୍ତରରେ ଅଦଳବଦଳ
ଆଇପିଏସ୍ ସସ୍ତରରେ ବଡ଼ ଧରଣର ଅଦଳବଦଳ

ଆଇପିଏସ୍ ସସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସରକାର ୫ ଜଣ ଏସ୍ପିଙ୍କ ସମେତ ମୋଟ ୧୮ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ମିତ୍ରଭାନୁ ମହାପାତ୍ର ହେଲେ ରାଉରକେଲା ଏସ୍ପି, ବି ଗଙ୍ଗାଧର ହେଲେ ମୟୁରଭଞ୍ଜ ଏସ୍ପି, ମୁକେଶ କୁମାର ଭାନୁ ହେଲେ ସମ୍ବଲପୁର ଏସ୍ପି, ନୀତିନ କୁଶଲକର ହେଲେ କେନ୍ଦୁଝର ଏସ୍ପି, ଋଷିକେଶ ଖିଲାରୀ ହେଲେ ବଲାଙ୍ଗୀର ଏସ୍ପି ।
ରାଜ୍ୟ ସରକାର ଏ.ଏମ୍ ପ୍ରସାଦଙ୍କୁ ସ୍ବତନ୍ତ୍ର ଡିଜି ଏଚ୍ଆରପିସି ପଦବିରେ ନିଯୁକ୍ତି ଦେଇଛନ୍ତି। ସେହିଭଳି ସୁଧାଂଶୁ ଷଡ଼ଙ୍ଗୀ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି । ରାଧାକୃଷ୍ଣ ଶର୍ମା ହେଲେ ଏଡିଜି ହେଡକ୍ୱାର୍ଟର, ସଞ୍ଜୟ କୁମାର ହେଲେ ଏଡିଜି ଆଇନ୍ଶୃଙ୍ଖଳା ଓ କମ୍ୟୁକେସନ୍, ଅଭିତାଭ ଠାକୁର ହେଲେ ପରିବହନ କମିଶନର, ଏସ୍ ଦେବଦତ୍ତ ସିଂହ ହେଲେ ଏଡିଜି ଅପେରସନ୍, ଦୟାଲ ଗଙ୍ଗାଧର ହେଲେ ଏଡିଜି ରେଲୱେ ଓ ତଟ ସୁରକ୍ଷା, ରାଜେଶ କୁମାର ଏଡିଜି ଆଧୁନିକୀକରଣ, ନରସିଂହ ଭୋଲ ହେଲେ ଅବକାରୀ କମିଶନର, ଆଶିଷ ସିଂହ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ରାଜେଶ ପଣ୍ଡିତ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି । ଅଖିଲେଶ ସିଂହ ହେଲେ ଡିଆଇଜି ଏସ୍ଆଇଡବ୍ଲୁ, ଚରଣ ସିଂହ ମିନା ହେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ମୁତୟନ ହୋଇଛନ୍ତି।