IAS ପୂଜା ଖେଡକର କରିଛନ୍ତି ସାଂଘାତିକ ଜାଲିଆତି , ନିଜର ଓ ମାତା-ପିତାଙ୍କର ମଧ୍ୟ ବଦଳାଇ ଥିଲେ ନାଁ

ଗତ କିଛି ଦିନ ହେବ ବିବାଦରେ ଛନ୍ଦି ହୋଇଥିବା ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଯାଞ୍ଚ କରାଯାଇଛି, ଯେଉଁଥିରେ ଏହି କଥା ସାମନାକୁ ଆସିଛି କି, ସିଭିଲ ସେବାରେ ଚୟନ ହେବା ପାଇଁ ପୂଜା ବଡ଼ ସ୍ତରରେ ଠକେଇ ଓ ଜାଲିଆତି କରିଛନ୍ତି।

IAS ପୂଜା ଖେଡକର କରିଛନ୍ତି ସାଂଘାତିକ ଜାଲିଆତି , ନିଜର ଓ ମାତା-ପିତାଙ୍କର ମଧ୍ୟ ବଦଳାଇ ଥିଲେ ନାଁ

ଗତ କିଛି ଦିନ ହେବ ବିବାଦରେ ଛନ୍ଦି ହୋଇଥିବା ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଯାଞ୍ଚ କରାଯାଇଛି, ଯେଉଁଥିରେ ଏହି କଥା ସାମନାକୁ ଆସିଛି କି, ସିଭିଲ ସେବାରେ ଚୟନ ହେବା ପାଇଁ ପୂଜା ବଡ଼ ସ୍ତରରେ ଠକେଇ ଓ ଜାଲିଆତି କରିଛନ୍ତି। ୟୁପିଏସସିର ଯାଞ୍ଚ ରିପୋର୍ଟରେ କୁହାଯାଇଛି କି, ପୂଜା ଖେଡକର କେବଳ ନିଜର ନାଁ ବଦଳାଇ ନାହାନ୍ତି, ନିଜର ପିତା ଓ ମାତାଙ୍କର ମଧ୍ୟ ନାଁ ବଦଳାଇଛନ୍ତି।

ଖାଲି ଏତିକି ନୁହେଁ, ସେ ନିଜର ଫଟୋ , ନିଜର ହସ୍ତାକ୍ଷର , ନିଜର ଇମେଲ ଆଇଡି , ମୋବାଇଲ ନମ୍ୱର ଓ ଠିକଣା ବଦଳାଇ ନିଜର ପୂରା ପରିଚୟ ବଦଳାଇ ୟୁପିଏସସିର ପରୀକ୍ଷା ଦେଇ ଥିଲେ।

ୟୁପିଏସସି ଏହି ବିଷୟରେ ଏକ ପ୍ରେସ୍ ରିଲିଜ୍ କରିଛି , ଯେଉଁଥିରେ କୁହାଯାଇଛି କି, ପୂଜା ଖେଡକର ୟୁପିଏସସି ପରୀକ୍ଷାରେ ଚୟନ ପାଇଁ ଆୟୋଗର ନିୟମ ଅନୁସାରେ ମାନ୍ୟ ସର୍ବାଧିକ ସୀମାରୁ ମଧ୍ୟ ଅଧିକ ଥର ପରୀକ୍ଷା ଦେଇଛନ୍ତି ଏବଂ ଏହାର ଲାଭ ଉଠାଇଛନ୍ତି। ଆୟୋଗ ନିଜର ବିଜ୍ଞପ୍ତିରେ କହିଛି କି, ସିଭିଲ ସେବା ପରୀକ୍ଷା-୨୦୨୨ର ଅନ୍ତିମ ରୂପେ ପୂଜା ମନୋରମା ଦିଲ୍ଲୀପ ଖେଡକରଙ୍କ ଦୁର୍ବ୍ୟବହାରର ବିସ୍ତୃତ ଓ ଗହନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚରେ ଜଣାପଡ଼ିଛି ଯେ, ସେ ନିଜର ନାମ , ନିଜର ପିତା ଓ ମାତାଙ୍କ ନାମ , ନିଜର ଫଟୋ / ଦସ୍ତକ୍ଷତ, ନିଜର ଇମେଲ ଆଇଡି, ମୋବାଇଲ ନମ୍ୱର ଓ ଠିକଣା ବଦଳାଇ ନିଜର ପରିଚୟ ବଦଳାଇ ପରୀକ୍ଷା ନିୟମ ଅନୁସାରେ ସୀମାରୁ ଅଧିକ ପ୍ରୟାସର ଲାଭ ଉଠାଇଛନ୍ତି।

ଉକ୍ତ ଯାଞ୍ଚ ପରେ ୟୁପିଏସସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଆୟୋଗ ଏବେ ପୂଜା ଖେଡକରଙ୍କ ବିରୋଧରେ ଅପରାଧିକ ମୋକଦମା ଚଲାଇବାର ନିଷ୍ପତ୍ତି ନେଇଛି। ଏହି ମାମଲାରେ ତାଙ୍କ ବିରୋଧରେ ପୁଲିସ୍ ଥାନାରେ ଏଫଆଇଆର ରୁଜୁ କରାଯାଇଛି। ଏହା ବ୍ୟତୀତ ଆୟୋଗ ସିଭିଲ ସେବା ପରୀକ୍ଷା -୨୦୨୨ ର ନିୟମାନୁସାରେ ତାଙ୍କର ପ୍ରାର୍ଥୀତ୍ୱ ରଦ୍ଦ କରିବା ଓ ଭବିଷ୍ୟତର ପରୀକ୍ଷାରେ ସାମିଲ ହେବାରେ ପ୍ରତିବନ୍ଧକ ଲଗେଇବା ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ଏହି ମଧ୍ୟରେ ପୂଜା ଖେଡକରଙ୍କର ମାଆ ମନୋରମା ଖେଡକରଙ୍କୁ ପୁନେ ଗ୍ରାମୀଣ ପୁଲିସ ବନ୍ଧୁକ ଦେଖାଇ କୃଷକଙ୍କୁ ଧମକାଇବାର ଅଭିଯୋଗରେ ଗିରଫ କରାଯାଇଛି। ମନୋରମାଙ୍କ ବିରୋଧରେ କୃଷକଙ୍କୁ ଧମକାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇ ଥିଲା।