କାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ।

କାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ସେ ରାଇରଙ୍ଗପୁର ଯିବେ । ରାଷ୍ଟ୍ରପତିଙ୍କ ଗସ୍ତର କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖ ୧୦ଟା ୧୫ମିନିଟରେ ବାଦାମପାହାଡ ପହଞ୍ଚିବେ ରାଷ୍ଟ୍ରପତି। ୧୨ଟା ୫୫ମିନିଟରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ ରାଷ୍ଟ୍ରପତି। ସେଠାରେ ସେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କରିବେ । ଅପରାହ୍ନ ୪ଟା ୨୫ରେ ମହୁଲଡ଼ିହାରେ ସେ ପତାକା ଉତ୍ତୋଳନ କରିବେ । ସନ୍ଧ୍ୟା ୫ଟା ୨୦ରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ଗୁରୁବାର ମହୁଲଡ଼ିହାରେ ରାତ୍ରୀଯାପନ କରି ୫ ତାରିଖରେ ରାଷ୍ଟ୍ରପତି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।