ଅନୈତିକ ସଂପର୍କ କାଳ ହେଲା

ଅନୈତିକ ସଂପର୍କ ଜଣେ ଓଡ଼ିଆ ଯୁବକଙ୍କ ପାଇଁ କାଳ ହୋଇଛି।

ଅନୈତିକ ସଂପର୍କ କାଳ ହେଲା

ଅନୈତିକ ସଂପର୍କ ଜଣେ ଓଡ଼ିଆ ଯୁବକଙ୍କ ପାଇଁ କାଳ ହୋଇଛି। ମୟୂରଭଂଜ ଜିଲ୍ଲା ରାଇରଂଗପୁର ଅଞ୍ଚଳର ଜନୈକ ଯୁବକଙ୍କୁ ଝାଡ଼ଖଣ୍ଡରେ ବୀଭତ୍ସ ହତ୍ୟା କରାଯାଇଛି। ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଏହି ଘଟଣା ଘଟିଛି। ହତ୍ୟାକାରୀମାନେ ଜନୈକ ଯୁବକଙ୍କୁ ହତ୍ୟା କରିବା ପରେ ଏକ କଟର୍ ମେସିନ ସାହାଯ୍ୟରେ ମୃତଦେହକୁ ଖଣ୍ଡଖଣ୍ଡ କରି ସୁଟକେସ୍‌ରେ ଭର୍ତ୍ତି କରି ବିଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଛନ୍ତି। ମୃତ ଯୁବକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୭ ଗଢ଼ର ଡମ୍ବରୁଧର ମହାନ୍ତି ଓରଫ ବିକି (୩୫)। ସେ ନିଖୋଜ ହୋଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରି ଶେଷରେ ବିକ୍କିର ମୃତଦେହକୁ ବିଭିନ୍ନ ସ୍ଥାନରୁ ଜବତ କରିଛନ୍ତି। ହତ୍ୟାକାଣ୍ଡ ସହିତ ସଂପୃକ୍ତି ମୁଖ୍ୟ ଅଭିଯୁକ୍ତ ଖୁସବୁ ସାଗର ଓ ତାଙ୍କ ସ୍ବାମୀ କମଳାକାନ୍ତ ସାଗରକୁ ଟାଟା ନଗରର ସୋନାରୀ ଏୟାରପୋର୍ଟ ନିକଟରୁ ପୁଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହିତ ଖଣ୍ଡ ଖଣ୍ଡ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ରାଇରଙ୍ଗପୁର ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଶ୍ମଶାନରେ ଦାହ କରାଯାଇଛି।