ଆଜି ୧ ନଂ ହାଟ ଖୋଲିବ

ମଙ୍ଗଳବାର ପୂର୍ବାହ୍ନରେ ବିଏମ୍‌ସି ଅଧିକାରୀ ଘଟଣାସ୍ଥଳକୁ ଆସି ଏହା ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଞ୍ଚା ପରିବା ମହାସଂଘ ସମ୍ପାଦକ କବିରାଜ ସ୍ବାଇଁ ସୂଚନା ଦେଇଛନ୍ତି।

ଆଜି ୧ ନଂ ହାଟ ଖୋଲିବ

ମଙ୍ଗଳବାର ପୂର୍ବାହ୍ନରେ ବିଏମ୍‌ସି ଅଧିକାରୀ ଘଟଣାସ୍ଥଳକୁ ଆସି ଏହା ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଞ୍ଚା ପରିବା ମହାସଂଘ ସମ୍ପାଦକ କବିରାଜ ସ୍ବାଇଁ ସୂଚନା ଦେଇଛନ୍ତି। ଭେଣ୍ଡିଂ ଜୋନ୍‌ ବ୍ୟବସାୟୀ ଧାର୍ଯ୍ୟ ଜାଗାରୁ ଅଧିକ ମାଡ଼ି ବସୁଥିବାରୁ ହାଟକୁ ଯିବା ଆସିବାରେ ସମସ୍ୟା ହେଉଥିଲା। ପାର୍କିଂ ବ୍ୟବସ୍ଥା ନ ଥିବାରୁ ହାଟକୁ ଆସୁଥିବା‌ ଗ୍ରାହକ ସମସ୍ୟାରେ ପଡ଼ୁଥିଲେ।

ଭେଣ୍ଡିଂ ଜୋନ୍‌ ବ୍ୟବସାୟୀ ଧାର୍ଯ୍ୟ ଜାଗାରୁ ଅଧିକ ମାଡ଼ି ବସୁଥିବାରୁ ହାଟକୁ ଯିବା ଆସିବାରେ ସମସ୍ୟା ହେଉଥିଲା। ପାର୍କିଂ ବ୍ୟବସ୍ଥା ନ ଥିବାରୁ ହାଟକୁ ଆସୁଥିବା‌ ଗ୍ରାହକ ସମସ୍ୟାରେ ପଡ଼ୁଥିଲେ।

ଦୀର୍ଘ ଦିନ ଧରି ଏଭଳି ଚାଲିବା ପରେ ଗତ ୨୯ ତାରିଖ ରାତିରେ ଭେଣ୍ଡିଂ ଜୋନ୍‌ ବ୍ୟବସାୟୀ ଓ ହାଟ ବ୍ୟବସାୟୀ ମୁହାଁମୁହିଁ ହୋଇଥିଲେ। ମାମଲା ଥାନାରେ ପହଞ୍ଚିଥିଲା। ହାଟ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଧାରଣା ଦେଇଥିଲେ।