ଆସନ୍ତା ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିବ କଂଗ୍ରେସ
ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ବିଶେଷ କରି ଅଧିକରୁ ଅଧିକ ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ସହ ତେଲୁଗୁ ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଯୋଜନା କରିଛି । ଆସନ୍ତା ମେ ୩ ତାରିଖ ଦିନ ରାହୁଲ ଗାନ୍ଧୀ ଓ ମେ ୮ ତାରିଖ ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡିଙ୍କ ରାୟଗଡା ଗସ୍ତ କାର୍ଯ୍ୟକ୍ରମ ରହିଛି ।
ବିଶେଷ କରି ରାହୁଲ ଗାନ୍ଧୀ ଏକ ବିରାଟ ସଭାରେ ଯୋଗ ଦେବେ। ଯେଉଁଠି ପ୍ରାୟ ୧ ଲକ୍ଷ ସ୍ଥାନୀୟ ଲୋକଙ୍କ ସହ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ଆମଲାଭଟା ଛକ ପାର୍ଯ୍ୟନ୍ତ ଧିବେ। ଏହି ସମୟରେ ସେ ବିଭିନ୍ନ ଛକ ମାନଙ୍କରେ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ସୂଚନା ଦେଇଛନ୍ତି ।