ଭୋଟ ବେଳେ ହିଂସା; ମଣିପୁରର ୧୧ ବୁଥରେ ସାନି ମତଦାନ
ଲୋକସଭା ନିର୍ବାଚନ ପାଇଁ ମଣିପୁରରେ ସୋମବାର ସାନି ମତଦାନ ଆରମ୍ଭ ହୋଇଛି। ୧୯ ତାରିଖରେ ଭୋଟଗ୍ରହଣ ସମୟରେ କେତେକ ନିର୍ବାଚନମଣ୍ଡଳୀରେ

ଲୋକସଭା ନିର୍ବାଚନ ପାଇଁ ମଣିପୁରରେ ସୋମବାର ସାନି ମତଦାନ ଆରମ୍ଭ ହୋଇଛି। ଗତ ୧୯ ତାରିଖରେ ଭୋଟଗ୍ରହଣ ସମୟରେ କେତେକ ନିର୍ବାଚନମଣ୍ଡଳୀରେ ହିଂସା ଦେଖିବାକୁ ମିଳିଥିଲା। ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ଅନେକ ବୁଥରେ ସଂଘର୍ଷ ହେବା ସାଙ୍ଗକୁ ଗୁଳିମାଡ଼ ମଧ୍ୟ ହୋଇଥିଲା।
ଖୁରେଇ ନିର୍ବାଚନମଣ୍ଡଳୀର ମୋଇରାଙ୍ଗକାମ୍ପୁ ସାଜେବ ଓ ଥୋଙ୍ଗମ ଲେକାଇ, କ୍ଷେତ୍ରିଗାଓରେ ୪ଟି ବୁଥ, ପୂର୍ବ ଇମ୍ଫାଲ ଜିଲାର ଗୋଟିଏ ବୁଥ, ଉରିପକ୍ର ୩ଟି ବୁଥ୍ ଏବଂ ପଶ୍ଚିମ ଇମ୍ଫାଲ ଜିଲାର ଗୋଟିଏ ବୁଥରେ ଏହି ସାନି ମତଦାନ ପ୍ରକ୍ରିୟା ଜାରି ରହିଛି।
ଏସବୁ ବୁଥ୍ରେ ଗତ ୧୯ ତାରିଖରେ ଭୋଟ ବେଳେ ହିଂସା ଦେଖିବାକୁ ମିଳିଥିଲା। ତେଣୁ ଏଠାରେ ପୁଣି ଥରେ ଭୋଟଗ୍ରହଣ ବ୍ୟବସ୍ଥା କରିବାକୁ ନିର୍ବାଚନ ଆୟୋଗ ମଣିପୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା। ଏହି ଦିନ ମଣିପୁରର ୧୧ ବୁଥରେ ଇଭିଏମ ଭଙ୍ଗାରୁଜା ହେବା ସହିତ ବୁଥ୍ କ୍ୟାପ୍ଚରିଂ ଘଟଣା ସାମ୍ନାକୁ ଆସିଥିଲା। ଏପରି କି ଗଣ୍ଡଗୋଳକାରୀମାନେ ଗୁଳିମାଡ଼ କରି ଭୋଟରଙ୍କୁ ଭୟଭୀତ କରାଇଥିଲେ।