ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ହେବ ଆଲୋଚନା

ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ହେବ ଆଲୋଚନା

ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗୃହକାର୍ଯ୍ୟ ବେଶ୍ ସରଗରମ ହେବା ଆଶା କରାଯାଉଛି। ଏଥିସହ ଆଜି ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ । ଆଜି ମଧ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ। ରାଜ୍ୟପାଳଙ୍କ ଅଭିଭାଷଣ ସହ ଗତକାଲି ଆରମ୍ଭ ହୋଇଥିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ଏହି ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ର‌ହିଛି । ୮ ତାରିଖରେ ଗୃହରେ କାମଚଳା ବଜେଟ ଆଗତ ହେବ ।