ରୁଷ୍ର ମୁନ୍ ମିଶନ୍, ଚନ୍ଦ୍ରକୁ ପଠାଇଲା ଲୁନା-୨୫
ରୁଷ୍ର ମୁନ୍ ମିଶନ୍, ୪୭ ବର୍ଷ ପରେ ଚନ୍ଦ୍ରକୁ ପଠାଇଲା ଲୁନା-୨୫, ୨୨ ଅଗଷ୍ଟ ସୁଦ୍ଧା ଲ୍ୟାଣ୍ଡିଂ
୪୭ ବର୍ଷ ପରେ ରୁଷର ମୁନ୍ ମିଶନ । ସଫଳତାର ସହ ଲୁନା-୨୫ ଲଞ୍ଚ କରିଛି ମସ୍କୋ । ଏହା ଭାରତର ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପୂର୍ବରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ । ଶୁକ୍ରବାର ଭୋର୍ ୪ଟା ୪୦ମିନିଟ୍ରେ ରକେଟ୍ ଉତକ୍ଷେପଣ କରାଯାଇଛି । ଏହି ମିଶନ ର ନାଁ ରହିଛି ‘ଲୁନା ଗ୍ଲୋବ୍’ । ଏହା ପୃଥିବୀର କକ୍ଷପଥରେ ଘୁରିବା ପରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ଚନ୍ଦ୍ର ଚାରିପଟେ ୭ରୁ ୧୦ଦିନ ଚକର କରିବା ପରେ ଏହା ଅଗଷ୍ଟ ୨୧ କିମ୍ବା ୨୨ ତାରିଖ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।
ଚନ୍ଦ୍ର ଠାରୁ ୧୮ କିଲୋମିଟର ଦୂରରେ ରହିଥିବା ବେଳେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଏହା ଆମ ଚନ୍ଦ୍ରଯାନଠାରୁ ଆଗରୁ ଅବତରଣ କରିବା ଲକ୍ଷ୍ୟ ରଖାଯାଇଛି । ଏହା ଚନ୍ଦ୍ରର ଦକ୍ଷିଣ ମେରୁ ତଥା ଅନ୍ଧକାର କ୍ଷେତ୍ରରେ ମାଟିର ପରକ୍ଷୀଣ କରିବ । ଚନ୍ଦ୍ର ପୃଷ୍ଠର ସଂରଚନା ସମ୍ପର୍କରେ ମଧ୍ୟ ପରୀକ୍ଷା ନିରୀକ୍ଷା କରିବ । ସୋଭିଏତ୍ ଋଷ୍ ତା’ର ପ୍ରଥମ ଚନ୍ଦ୍ର ମିଶନ ୧୯୭୬ରେ କରିଛନ୍ତି । ଲୁନା-୨୪କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା ।
ସୂଚନା ମୁତାବକ, ରୁଷ୍ ଭୋସ୍ତୋଚନି କୋସ୍ମୋଡ୍ରୋମ୍ରୁ ଲୁନା-୨୫ର ଉତ୍କ୍ଷେପଣ କରାଯାଇଛି । ଏହି ସ୍ଥାନ ରାଜଧାନୀ ମସ୍କୋଠାରୁ ୫,୫୫୦ କିମି ପୂର୍ବରେ ରହିଛି । ରୁଷ୍ର ମହାକାଶ ଏଜେନ୍ସି ରୋସ୍କୋସ୍ମୋସ୍ ପକ୍ଷରୁ ଲୁନା-୨୫ ପ୍ରକ୍ଷେପଣ ହୋଇଛି । ଏଜେନ୍ସି ମୁତାବକ ଲୁନା-୨୫ ପ୍ରକ୍ଷେପଣର ୫ ଦିନରେ ଚନ୍ଦ୍ରରେ ପହଞ୍ଚିବ । ଏହାପରେ ୫-୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରର ଅର୍ବିଟ୍ କରିବ ।








