ବିଜେଡି ଉପରେ ବର୍ଷିଲେ ଭର୍ତ୍ତୃହରି; କହିଲେ, 'ଦୁର୍ଗର ପତନ ହେଉଛି'...

ଦିଲ୍ଲୀରୁ ଫେରିଲେ ବିଜେଡି ଉପରେ ବର୍ଷିଲେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ

ବିଜେଡି ଉପରେ ବର୍ଷିଲେ ଭର୍ତ୍ତୃହରି; କହିଲେ, 'ଦୁର୍ଗର ପତନ ହେଉଛି'...

ଦିଲ୍ଲୀରୁ ଫେରିଲେ ବିଜେଡି ଉପରେ ବର୍ଷିଲେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ । କହିଲେ ଦୁର୍ଗର ପତନ ହେଉଛି । ବିଜେଡି ଭଲ ଭାବେ ଜାଣି ସାରିଲାଣି ତାଙ୍କ ସ୍ଥିତି ଆଉ ନାହିଁ । ଦୁର୍ଗ ପତନର ବେଳ ବିଜୁ ଜନତା ଦଳ ଭଲ ଭାବେ ଜାଣିସାରିଲାଣି । ୨୦୨୪ ଜୁନ୍ ମାସରେ ପରିବର୍ତ୍ତନ ଆପଣ ଲକ୍ଷ୍ୟ କରିବେ ବୋଲି କହିଛନ୍ତି ଭର୍ତ୍ତୃହରି ।

ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ସଂକଳ୍ପକୁ ଆଗକୁ ନେବା ପାଇଁ ସେ ଆହ୍ବାନ ଦେଇଛନ୍ତି । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଭର୍ତ୍ତୃହରି । ଦିଲ୍ଲୀରେ ବିଜେପିରେ ସାମିଲ ହେବା ପରେ ତାଙ୍କୁ କଟକ ଲୋକସଭା ଆସନରୁ ଲଢ଼ିବା ପାଇଁ ଦଳ ପକ୍ଷରୁ ଟିକଟ ମିଳିଛି । ତେବେ ଆଜି ଦିଲ୍ଲୀରୁ ଫେରିବା ପରେ ଭର୍ତ୍ତୃହରିଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ଭର୍ତ୍ତୃହରିଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।