କେଶର ଚା’ର ଉପକାରିତା

କେଶର ଚା’ର ଉପକାରିତା

ଚା’ଭାରତୀୟ ମାନଙ୍କର ପ୍ରିୟ ଡ୍ରିଙ୍କ । ଦିନର ଆରମ୍ଭରୁ ସନ୍ଧ୍ୟାର ଶେଷ ପର୍ଯ୍ୟନ୍ତ ଚା’ର ଚାହିଦା ଥାଏ । ଚା’ ଭିନ୍ନ ଭିନ୍ନ ପ୍ରକାର ରହିଛି । ସେହି ଚା’ମଧ୍ୟରୁ କେଶର ଚା ଅନ୍ୟତମ । ଆଜି ଆମେ ଆପଣଙ୍କୁ କେଶର ଚା’ ପିଇବାର ଲାଭ ବିଷୟରେ ଜଣାଇବୁ, ଯାହା ଓଜନ କମ କରିବା ଠାରୁ ଆରମ୍ଭ କରି ଇମ୍ୟୁନିଟି ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେଶର ଚା’ କିପରି ପ୍ରସ୍ତୁତ କରିବେ ।

ଥଣ୍ଡା ଏବଂ କାଶ:
ପ୍ରତ୍ୟେକ ଦିନ କେଶର ଚା’ କିମ୍ବା କ୍ଷୀର ପିଇଲେ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ଇନଫେକ୍ସନରୁ ମୁକ୍ତି ମିଳିଥାଏ ।

ଗଣ୍ଠି ଦରଜରୁ ଆରାମ:
ଯଦି ଆପଣଙ୍କର ଗଣ୍ଠି ଯନ୍ତ୍ରଣା, ଅଣ୍ଟା ତଥା ମାଂସପେଶୀରେ ଦରଜ ରହୁଛି, ତେବେ ପ୍ରତ୍ୟେକ ଦିନ କେଶର ଯୁକ୍ତ କ୍ଷୀର ପିଅନ୍ତୁ ।

ଦୃଷ୍ଟି ଶକ୍ତି ବଢ଼ାଇଥାଏ:
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଘରର କୌଣସି ଶିଶୁକୁ କମ ଦେଖାଯିବାର ସମସ୍ୟା ହେଉଛି, ତେବେ ତାକୁ ମଧ୍ୟ ପ୍ରତ୍ୟେକ ଦିନ କେଶର ଚା’ ପିଇବାକୁ ଦିଅନ୍ତୁ ।

ମୁଣ୍ଡ ବିନ୍ଧାରୁ ମୁକ୍ତି:
ଆପଣଙ୍କୁ ଯଦି ଲଗାତାର ଭାବେ ମୁଣ୍ଡବିନ୍ଧାର ସମସ୍ୟା ରହୁଛି, ତେବେ ଏଭଳିସ୍ଥିତିରେ କ୍ଷୀର ଚା’କୁ ବନ୍ଦ କରି କେଶର ଚା’ ପିଇବା ଆରମ୍ଭ କରନ୍ତୁ ।

ପିରିୟଡ୍ସ କଷ୍ଟର ଚିକିତ୍ସା:
ପିରିୟଡ୍ସ ସମୟରେ ହେଉଥିବା ପେଟ ଦରଜ ଏବଂ ଯନ୍ତ୍ରଣାର ସମସ୍ୟାକୁ ଦୂର କରିବା ପାଇଁ ଏହି ଚା’ ଲାଭଦାୟକ ହୋଇଥାଏ ।