ଆସନ୍ତୁ ଜାଣିବା ଆମ୍ବ ଚୋପା ର ଉପକାରିତା
ଆମ୍ବ ଖାଇ ଚୋପା ଫିଙ୍ଗି ଦିଅନ୍ତି କି ? ଜାଣନ୍ତୁ କେତେ ଉପକାରୀ ଆମ୍ବ ଚୋପା

ଫଳର ରାଜା ଆମ୍ବକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏହା ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ । ସେତିକି ସ୍ବାସ୍ଥ୍ଯ ପାଇଁ ବେଶ୍ ଲାଭଦାୟକ। ସମସ୍ତେ ସାଧାରଣତଃ ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ! ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ଆମ୍ବ ଚୋପାର ଉପକାରିତା ବିଷୟରେ…
ପ୍ରଥମେ ଜାଣିବା କେମିତି ଖାଇବେ ଆମ୍ବ ଚୋପା । ଏହାକୁ ଅନେକ ଉପାୟରେ ଖିଆଯାଇପାରେ। ଏହାକୁ ଚୋବାଇ ଚୋବେଇ ଖାଇପାରିବେ । ନଚେତ୍ ଏହାକୁ ନ ଛଡେଇ ଆମ୍ବ ସହିତ ମଧ୍ୟ ଖାଇପାରିବେ । ଏହାବ୍ୟତୀତ ଆମ୍ବ ଚୋପାକୁ ଚଟଣି କରି ମଧ୍ୟ ଖାଇ ପାରିବେ।
ଆମ୍ବ ଚୋପାର ଉପକାରିତା :
୧. ଆମ୍ବ ଚୋପାରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଏବଂ ଉଦ୍ଭିଦ ଯୌଗିକ ଥାଏ। ଏହା ହୃଦୟକୁ ସୁସ୍ଥ ରଖେ। ଏହାକୁ ଖାଇବା ଦ୍ୱାରା ହୃଦ୍ରୋଗ ହେବାର ଆଶଙ୍କା କମିଯାଏ।
୨. ଆମ୍ବ ଚୋପାରେ ବ୍ୟବହାର ଦ୍ବାରା କର୍କଟ ରୋଗର ଆଶଙ୍କାକୁ ହ୍ରାସ କରିଥାଏ । ଏସବୁ ତତ୍ତ୍ୱ କର୍କଟ କୋଷିକାକୁ ବଢେଇବାକୁ ଦିଅନ୍ତି ନାହିଁ।
୩. ଆମ୍ବ ଚୋପା ମଧୁମେହ ପାଇଁ ଖୁବ୍ ଲାଭଦାୟକ । ଏହାର ବ୍ୟବହାର ଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରିତ ହୋଇଥାଏ । ଏଥିରେ ଥିବା ଉଦ୍ଭିଦ ଯୌଗିକ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ।
୪.ଆମ୍ବ ଚୋପା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ । ଏହାକୁ ଖାଇବା ପରେ ପେଟ ମଧ୍ୟ ପୂରିଯାଏ। ଫଳରେ ଭୋକ କମିଯାଏ। ଏହା ଶରୀର ଫ୍ୟାଟ୍ ସେଲ୍କୁ ହ୍ରାସ କରି ଶୀଘ୍ର ଓଜନ ନିୟନ୍ତ୍ରଣ କରେ।