ଓଜନ କମ୍ କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହି ଫଳ

ଓଜନ କମ କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଷ୍ଟେପ୍ ଫଲୋ କରନ୍ତି । ଯେଉଁ ମାନଙ୍କର ଓଜନ ଅଧିକ ସେମାନେ ଜିମରେ ଏକ୍ସରସାଇଜ୍ ଠାରୁ ଆରମ୍ଭ କରି ଡାଏଟିଂ ପର୍ଯ୍ୟନ୍ତ ସବୁ ପ୍ରକାରର ଚେଷ୍ଟା କରନ୍ତି । କିନ୍ତୁ ଏକ୍ସରସାଇଜ୍ ଓ ଡାଏଟିଂ ବ୍ୟତୀତ ଏପରି ଅନେକ ଜିନିଷ ଅଛି ଯାହା ଦ୍ୱାରା ଓଜନ କମ୍ କରିହେବ । ତେବେ ଆପଣ ଫଳ ଦ୍ୱାରା ମଧ୍ୟ ଆପଣଙ୍କର ଓଜନ କମ୍ କରିପାରିବେ ।
ଏକଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । କିନ୍ତୁ ଏଭଳି ଅନେକ ଫଳ ଅଛି ଯାହା ଆପଣଙ୍କୁ ଓଜନ କମ୍ କରିବାରେ ସାହାଯ୍ୟ କରିବ ।
ତେବେ ଆପଣଙ୍କ ଓଜନ କମ କରିବାରେ ସାହାଯ୍ୟ କରୁଥିବା ଫଳର ନାମ ହେଉଛି ଷ୍ଟ୍ରବେରୀ । ଯାହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ହୋଇଥାଏ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଷ୍ଟ୍ରବେରୀର ସ୍ୱାଦ ଖଟା ଏବଂ ମିଠା ହୋଇଥାଏ । କିନ୍ତୁ ଏହି ଲାଲ ରଙ୍ଗର ଫଳ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଡାଏଟିଟିସିଆନମାନଙ୍କ କହିବା ଅନୁସାରେ ହାର୍ଟକୁ ହେଲଦି ରଖିବା ସହିତ ଏହା ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଷ୍ଟ୍ରବେରୀ କିପରି ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
ଷ୍ଟ୍ରବେରୀରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରୀର ପାଇଁ ଜରୁରୀ । ଏଥିରେ ସୋଡ଼ିୟମ୍, ପୋଟାସିୟମ୍, ଫାଇବର, ପ୍ରୋଟିନ୍ ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ୍ ସି ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ମନେ ରଖିବା ଉଚିତ ଯେ ଷ୍ଟ୍ରବେରୀରେ କ୍ୟାଲୋରୀ କମ୍ ଥାଏ, ଯେଉଁଥିପାଇଁ ଏହା ଓଜନ ହ୍ରାସ ଏବଂ ଡାଇବେଟିସ୍ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ୧୦୦ ଗ୍ରାମ ଷ୍ଟ୍ରବେରୀରେ ୩୩ କ୍ୟାଲୋରୀ କାଉଣ୍ଟ ହୋଇଥାଏ ।
ଦହି ଏବଂ ଷ୍ଟ୍ରବେରୀ :
ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଦହି ସହିତ ଷ୍ଟ୍ରବେରୀ ମିଶାଇ ଖାଇବା ଲାଭଦାୟକ ହେବ । ଦହି ଓ ଷ୍ଟ୍ରବେରୀ ଏକା ସହିତ ମିଶାଇ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ ଥିବା ଫାଇବର ଆମ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରି ରଖେ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ଭୋକ ଲାଗିବ ନାହିଁ ।
ଷ୍ଟ୍ରବେରୀ ଏବଂ ଓଟସ୍ :
ଲୋକମାନେ ଓଜନ କମ୍ କରିବା ପାଇଁ ଓଟସ୍ ଖାଆନ୍ତି । ଓଟସ୍ ର ସ୍ୱାଦ ଭଲ ନଥିବାରୁ ଅଧିକାଂଶ ଲୋକ ଏହାକୁ ଖାଇବାକୁ ଇଚ୍ଛା କରନ୍ତି ନାହିଁ । ଏପରି ପରିସ୍ଥିତିରେ ଓଟସ୍ ତିଆରି କରିବା ପରେ ଆପଣ ଏଥିରେ ଷ୍ଟ୍ରବେରୀ ମିଶାଇ ପାରିବେ । ଏହା ଓଟସ୍ କୁ କେବଳ ସ୍ୱାଦିଷ୍ଟ କରିବ ତାହା ନୁହେଁ ବରଂ ଆପଣଙ୍କ ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିବ ।