ବାହାନଗା ଟ୍ରେନ୍ ଦୁର୍ଘଟଣା: ଆସିଲା ୨୯ଜଣଙ୍କ ଡିଏନଏ ରିପୋର୍ଟ
ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି।

ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ଡିଏନ୍ଏ ଟେଷ୍ଟ କରାଯାଇ ଏହିସବୁ ମୃତଦେହ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଆଜି ଏମ୍ସକୁ ଡକାଯାଇଛି।
ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି। ଆଜି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଭୁବନେଶ୍ୱର ଏମ୍ସରେ ଯେହେତୁ ସେସବୁ ମୃତଦେହ ରହିଛି, ତେଣୁ ଯେଉଁମାନେ ମୃତଦେହ ନିଜ ଅଞ୍ଚଳକୁ ନେବେ ସେଥିପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ନିଜ ଅଞ୍ଚଳକୁ ନେବେ ନାହିଁ ଏହିଠାରେ ସତ୍କାର କରିବାର ବ୍ୟବସ୍ଥା କରାଯାଇଛି।