ଆଉ ୪ ଅଣଛାତ୍ର ଗିରଫ

ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଆଉ ୪ ଅଣଛାତ୍ର ଗିରଫ।

ଆଉ ୪ ଅଣଛାତ୍ର ଗିରଫ

ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଆଉ ୪ ଅଣଛାତ୍ର ଗିରଫ। ଏମାନଙ୍କୁ ମିଶାଇ ମୋଟ ଗିରଫ ଦାରି ସଂଖ୍ୟା ୮ରେ ପହଁଚିଛି। ଗିରଫଙ୍କ ଠାରୁ ଛୁରୀ, ଷ୍ଟମ୍ପ ଓ ବ୍ୟାଟ ଜବତ କରିଛି ପୋଲିସ। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଆକ୍ରମଣକାରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି। ଶନିବାର ସକାଳେ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର କଲେଜ ପଡ଼ିଆକୁ କ୍ରିକେଟ୍‌ ଖେଳିବା ପାଇଁ ଯାଇଥିଲେ। ସେଠାରେ ହଷ୍ଟେଲ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ୧୫ରୁ ଅଧିକ ଅଣଛାତ୍ର । ଏଥିରେ ୩ ଛାତ୍ରଙ୍କ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ ୨ମାସରେ ବିଜେବି କଲେଜରେ ୨ଥର ଛାତ୍ରଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଅଣଛାତ୍ର।