ଆଜି ବି ନିରାଶ ହେଲେ କେଜ୍ରିୱାଲ, ମିଳିଲାନି ଜାମିନ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି। ସୁପ୍ରିମକୋର୍ଟରେ ଆଜି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସର୍ବୋଚ୍ଚ ନ୍ୟାୟାଳୟ ଆଜି ତାଙ୍କ ଅନ୍ତରୀଣ ଜାମିନ ଆବେଦନ ମଞ୍ଜୁର କରିନାହାନ୍ତି।
କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ମନିଷ ସିସୋଦିଆଙ୍କୁ ମିଳିଥିବା ଜାମିନର ଉଦାହରଣ ଦେଇ କେଜ୍ରିୱାଲଙ୍କୁ ମୁକୁଳାଇବାକୁ ଚେଷ୍ଟା କରୁଥିଲେ। ମାତ୍ର ତାଙ୍କ ଯୁକ୍ତିକୁ କୋର୍ଟ ଆଜି ଗ୍ରହଣ କରିନାହାନ୍ତି ଓ ଶେଷରେ ଆଜି ପାଇଁ ନିରାଶ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।
ଗତ ମେ ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ। ଏହାପରେ ସିସୋଦିଆ ସୁପ୍ରିମକୋର୍ଟରେ ଅପିଲ କରି ତାଙ୍କ ବିରୋଧରେ ହୋଇଥିବା ମାମଲାରେ କୌଣସି ଅଗ୍ରଗତି ହେଉ ନ ଥିବା ଜଣାଇଥିଲେ।