ବିଜେପି ୧୪୭ ପ୍ରାର୍ଥୀ ପାଉନାହିଁ: ସସ୍ମିତ
ରାଜ୍ୟରେ ବିଧାନସଭା ପ୍ରାର୍ଥୀ ଘୋଷଣା ବିଳମ୍ବ ପ୍ରସଙ୍ଗକୁ ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି ।

ରାଜ୍ୟରେ ବିଧାନସଭା ପ୍ରାର୍ଥୀ ଘୋଷଣା ବିଳମ୍ବ ପ୍ରସଙ୍ଗକୁ ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ବିଜେପି ୧୪୭ ନିର୍ବାଚନ ମଣ୍ଡଳୀରେ ଲଢ଼ିବେ ବୋଲି କହୁଛି ହେଲେ ବାସ୍ତବତା ପୁରା ଅଲଗା । ଏଯାଏଁ ବିଜେପି ୨୧ ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି କିନ୍ତୁ ଗୋଟିଏ ବି ବିଧାନସଭା ପ୍ରାର୍ଥୀ ଘୋଷଣା କରିନାହିଁ । ପ୍ରକୃତ କଥା ହେଉଛି ବିଧାନସଭା ପାଇଁ ବିଜେପି ୧୪୭ ପ୍ରାର୍ଥୀ ପାଉନାହିଁ । ଫଳରେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ପାରୁନାହିଁ ବିଜେପି।
ସସ୍ମିତ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ପାଖରେ ୧୪୭ ଜଣ ପ୍ରାର୍ଥୀ ନାହାଁନ୍ତି। ତେଣୁ ସେମାନେ ଜନ ବିରୋଧୀ ଏବଂ ଅପରାଧିକ କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ନିଜର ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି । ଏଥିରୁ ବିଜେପିର ଅସହାୟତା ସାରା ଓଡିଶାବାସୀଙ୍କ ପାଖରେ ସ୍ପଷ୍ଟ ହୋଇଛି ।