ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪୫ ଜଣଙ୍କ ମୃତ୍ୟୁ
ଦକ୍ଷିଣ ଆଫ୍ରିକାର ଲିମ୍ପୋପ ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ହୋଇ ୪୫ ଜଣଙ୍କ ମୃତ୍ୟୁ ହୋଇଯାଇଛି

ଦକ୍ଷିଣ ଆଫ୍ରିକାର ଲିମ୍ପୋପ ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ହୋଇ ୪୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବୋଟସ୍ବାନାରୁ ୪୫ ଇଷ୍ଟର ତୀର୍ଥଯାତ୍ରୀଙ୍କୁ ଆଣି ଆସୁଥିବା ବସଟି ଲିମ୍ପୋପ ପ୍ରଦେଶରେ ୧୫୦ ଫୁଟ୍ ଗଭୀରକୁ ଖସି ଯାଇ ଜଳି ଯାଇଥିଲା। ଫଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଏହି ଦୁର୍ଘଟଣା ହୋଇଥିବାବେଳେ ଏଯାବତ ଉଦ୍ଧାର ହୋଇଥିବା ୩୪ ମର ଶରୀର ମଧ୍ୟରୁ କେବଳ ୯ ଜଣଙ୍କୁ ଚିହ୍ନଟ କରିହେଉଛି।