ସୁଟିଂ ସେଟରେ ଶାହରୁଖ ଖାନ ଗୁରୁତର ଆହତ
ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନ ସୁଟିଂ ସେଟରେ ଆହତ ହୋଇଛନ୍ତି । ଆହତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଶାହରୁଖଙ୍କ ଏକ ସର୍ଜରୀ କରିବାକୁ ପଡିଛି ବୋଲି ଖବର ମିଳିଛି ।

ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନ ସୁଟିଂ ସେଟରେ ଆହତ ହୋଇଛନ୍ତି । ଆହତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଶାହରୁଖଙ୍କ ଏକ ସର୍ଜରୀ କରିବାକୁ ପଡିଛି ବୋଲି ଖବର ମିଳିଛି ।
ଖବର ମୁତାବକ, ଶାହରୁଖ ଆଗାମୀ ପ୍ରୋଜେକ୍ଟ ସୁଟିଂରେ ବ୍ୟସ୍ତ ରହିଛନ୍ତି। ନିକଟରେ ଲସ୍ ଆଞ୍ଜେଲସରେ ତାଙ୍କର ଗୋଟିଏ ଶୁଟ୍ ଚାଲିଥିବା ବେଳେ ତାଙ୍କ ନାକରେ ଆଘାତ ଲାଗିଥିଲା। ଏହାପରେ ପ୍ରବଳ ରକ୍ତସ୍ରାବ ହେତୁ ତୁରନ୍ତ ଶାହରୁଖଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର ରକ୍ତସ୍ରାବ ବନ୍ଦ କରିବା ପାଇଁ ଏକ ଛୋଟ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା।
ତେବେ ଡାକ୍ତରଙ୍କ କହିବା ମୁତାବକ, ନାକରୁ ରକ୍ତସ୍ରାବ ରୋକିବା ପାଇଁ ଏକ ଛୋଟ ଅପରେସନ କରିବାକୁ ପଡିଥିଲା । କିନ୍ତୁ ଏବେ ଶାହରୁଖ ସୁସ୍ଥ ରହିଛନ୍ତି । ସର୍ଜରୀ ସରିବା ପରେ ଶାହରୁଖ ତୁରନ୍ତ ଭାରତ ଫେରିଆସିଛନ୍ତି ।