ରାଜ୍ୟ ସୁଟିଂ ଚମ୍ପିଅନରେ କଳାହାଣ୍ଡି କୁ ସଫଳତା
୧୨ତମ ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ ୨୦୨୩ ରେ ପ୍ରଥମ ସ୍ଥାନ ରେ ବିଜୟ ଲାଭ କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ଅରବିନ୍ଦ ସାହୁ

ଭବାନୀପାଟଣା, ୨୪l୭ : ୧୨ତମ ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ ୨୦୨୩ଓଡିଶା ରାଇଫଲ ଏସୋସିଏସନ ତରଫ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ରାଇଫଲ ସୁଟିଂ ସିନିୟର ରେ ପ୍ରଥମ ସ୍ଥାନ ରେ ବିଜୟ ଲାଭ କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ଅରବିନ୍ଦ ସାହୁ । ସେ ପଏଣ୍ଟ ୨୨ ପଚାଶ ମିଟର ରାଇଫଲ ୩ପି ରେ ପ୍ରଥମ ସ୍ଥାନ ରେ ବିଜୟ ଲାଭ କରି ସ୍ଵର୍ଣ୍ଣ ପଦକ ରେ ସମ୍ମାନିତ ଥିବା ବେଳେ ପଏଣ୍ଟ ୨୨ ଓପନ ସାଇଡ ରାଇଫଲ ପଚାଶ ମିଟର ରେ ଦ୍ଵିତୀୟ ସ୍ଥାନ ରେ ବିଜୟ ଲାଭ କରି ରୋପ୍ୟ ପଦକ ରେ ସମ୍ମାନିତ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲା ରେ ଖୁସି ର ଲହରି ଖେଳି ଯାଇଛି ।