ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ
ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ l ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି l ଶ୍ରୀ ମନ୍ଦିର ଚତୁର୍ପାଶ୍ୱ ବୁଲି ନିର୍ମାଣ କାର୍ଯ୍ୟକୁ ଟିଖନିଖ ଅନୁଧ୍ୟାନ କରିବା ସହ ପରିକ୍ରମା ପ୍ରକଳ୍ପ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେହିପରି ସେହି ରାସ୍ତା ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।
ରାସ୍ତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ସେ ସ୍ଥାନକୁ ବୁଲି ଦେଖିବା ସହ କାର୍ଯ୍ୟ ଶେଷ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପରିକ୍ରମା ପ୍ରକଳ୍ପ ଉଦଘାଟନୀ ଉତ୍ସବର ପ୍ରସ୍ତୁତି ସହ ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥି ମାନଙ୍କ ବସିବା ଏବଂ ଗାଡି ପାର୍କିଂ ଆଦି ସ୍ଥାନ ବୁଲି ଦେଖିଥିଲେ l ଭବ୍ୟ ଲୋକାର୍ପଣ ଉତ୍ସବରେ ଭିଆଇପି ଏବଂ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସୁରକ୍ଷାକୁ ମଧ୍ୟ ସମୀକ୍ଷା କରାଯାଇଛି l ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ଟ୍ରାଫିକ ବ୍ୟବସ୍ଥା ସୁଗମ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯାଇଛି l 5ଟି ଅଧକ୍ଷଙ୍କ ସହ ପୁରୀ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ପୁରୀ ଏସ୍ପି ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l