ସୁବର୍ଣ୍ଣପୁର ଜିଲ୍ଲପାଳ ଙ୍କ ଝରାପଡା ବସ୍ତି ପରିଦର୍ଶନ

ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ ଆଜି ବିନିକା ବ୍ଲକ ସେଲେଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝରାପଡ଼ା ପରିଦର୍ଶନ କରି ବସ୍ତି ରେ ବସବାସ କରୁଥିବା 20 ଟି ପରିବାର ର ମୁଖ୍ୟ ତଥା ସଦସ୍ୟ ଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ  ସେମାନଙ୍କ ସହିତ ବାର୍ତ୍ତାଲାପ କରିଛନ୍ତି

ସୁବର୍ଣ୍ଣପୁର ଜିଲ୍ଲପାଳ ଙ୍କ ଝରାପଡା ବସ୍ତି ପରିଦର୍ଶନ

ସୁବର୍ଣ୍ଣପୁର :- ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ ଆଜି ବିନିକା ବ୍ଲକ ସେଲେଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝରାପଡ଼ା ପରିଦର୍ଶନ କରି ବସ୍ତି ରେ ବସବାସ କରୁଥିବା 20 ଟି ପରିବାର ର ମୁଖ୍ୟ ତଥା ସଦସ୍ୟ ଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ  ସେମାନଙ୍କ ସହିତ ବାର୍ତ୍ତାଲାପ କରିଛନ୍ତି l ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ  ଉପସ୍ଥିତ ଥିବା ତହସିଲଦାର ବିନିକା ମୁକ୍ତେଶ୍ଵର ପାଣିଗ୍ରାହୀ ଓ ଆର.ଆଇ. ସେଲେଡି ଙ୍କୁ ବସ୍ତି ରେ ବସବାସ କରୁଥିବା ପ୍ରତ୍ୟେକ ପରିବାର ର ସମ୍ପୂର୍ଣ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦେଇଛନ୍ତି l ସେମାନଙ୍କ ବର୍ତ୍ତମାନ ସ୍ଥିତିରେ ରହିବାପାଇଁ ତୁରନ୍ତ ଆବଶ୍ୟକ ପଲିଥିନ ପ୍ରଦାନ କରିବାକୁ ତହସିଲଦାର ଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ l ତହସିଲଦାର ଙ୍କ ଠାରୁ  ପରିବାର ଗୁଡିକର ବିସ୍ତୃତ ତଥ୍ୟ ହସ୍ତଗତ ପରେ ସେମାନଙ୍କୁ  ଆବଶ୍ୟକ ସହାୟତା କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ