କ୍ରିକେଟ ଜଗତ ରେ ବିରାଟ ଙ୍କ ବିରାଟ ମାଇଲ ଖୁଣ୍ଟ
ଭାଙ୍ଗିଲା ସଚିନ ତେନ୍ଦୁଲକରଙ୍କ ରେକର୍ଡ । କୋହଲି ମାରିଲେ ୫୦ ତମ ଶତକ । ନ୍ୟୁଜିଲାଣ୍ଡ ବିରୋଧରେ ଭାରତୀୟ ବ୍ୟାଟରଙ୍କ ରନ୍ ବର୍ଷା

କିଙ୍ଗ୍ କୋହଲିଙ୍କ ଆଉ ଏକ ରେକର୍ଡ । ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ହାସଲ କଲେ ୫୦ତମ ଶତକ । ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ କୋହଲି ପୁଣି ଏକ ଶତକ ମାରିବା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଅର୍ଦ୍ଧଶତକ ମାରିସାରିଲେଣି ।
ଖାଲି ସେତିକି ନୁହେଁ, ଆଜିର ଇଂନିସରେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି ବିରାଟ କୋହଲି । ଚଳିତ ବିଶ୍ୱକପରେ ସର୍ବାଧିକ ରନ୍ କରିବା ସହିତ ଅନ୍ତର୍ଜାତୀୟ ରନରେ ସେ ଅଷ୍ଟ୍ରେଲିଆର ଦିଗ୍ଗଜ କ୍ରିକେଟର ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ୍ କରିବାର ରେକର୍ଡ ହାସଲ କରିଛନ୍ତି । ତାଙ୍କ ଉପରକୁ ଭାରତର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଦମଦାର ଆରମ୍ଭ କରିଥିଲେ ଦୁଇ ଭାରତୀୟ ଓପନର । ଗୋଟିଏ ପଟେ ରୋହିତ ଶର୍ମା ଧୂଆଁଧାର ଇଂନିସ୍ ଖେଳୁଥିବାବେଳେ, ଅନ୍ୟପଟେ ଗିଲ୍ ତାଙ୍କୁ ଷ୍ଟ୍ରାଇକ୍ ଦେବାରେ ଲାଗିଥିଲେ । ତେବେ ରୋହିତ ଶର୍ମା ୪୭ ରନ୍ କରି ଆଉଟ୍ ହେବା ପରେ ଗିଲ୍ ଆରମ୍ଭ କରିଥିଲେ ଆକ୍ରମଣାତ୍ମକ ବ୍ୟାଟିଂ । ତେବେ ୭୯ ରନରେ ପହଞ୍ଚିବା ପରେ ଗିଲ୍ ରିଟାର୍ୟଡ ହଟ୍ ହେଇ ପ୍ୟାଭିଲିୟନ୍ ଫେରିଥିଲେ । ଆଉ ଗିଲଙ୍କ ପରେ ଏବେ କୋହଲି- ଆୟରଙ୍କ ଯୋଡି ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ।
ପ୍ରଥମେ ରେକର୍ଡ ଭାଙ୍ଗିଲେ, ପରେ କ୍ରିକେଟ୍ ଗଡ୍ ସଚିନଙ୍କୁ ଆଗରେ ମୁଣ୍ଡ ନୁଆଇଁଲେ ବିରାଟ କୋହଲି
ୱାଙ୍ଖଡ଼େ: ପ୍ରଥମେ ରେକର୍ଡ ଭାଙ୍ଗିଲେ, ପରେ କ୍ରିକେଟ୍ ଗଡ୍ଙ୍କୁ ପ୍ରଣାମ କଲେ ବିରାଟ କୋହଲି। ବୁଧବାର(ନଭେମ୍ବର ୧୫) ୱାଙ୍ଖଡ଼େ କ୍ରିକେଟ ଫିଲ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ଫାଇଟ୍ରେ ବିରାଟ କୋହଲି ଆଜି ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଦେଇଛନ୍ତି। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ବିରାଟ ୫୦ଟି ଶତକ ମାରି ସଚିନଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି।
ଏହା ପୂର୍ବରୁ ସଚିନ ତେନ୍ଦୁଲକର ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ୪୯ ତମ ଶତକ ହାସଲ କରିଥିଲେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ସଚିନଙ୍କ ରେକର୍ଡ ସମକକ୍ଷ ହୋଇଥିଲେ। ଯଦିଓ ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ରେ ସଚିନଙ୍କକ ରେକର୍ଡ ଭାଙ୍ଗିବାକୁ କୋହଲିଙ୍କ ପାଖରେ ମଉକା ଥିଲା। ହେଲେ କୋହଲି ଅର୍ଦ୍ଧଶତକ ହାସଲ ପରେ ସେ ଆଉଟ୍ ହୋଇଯାଇଥିଲେ।
ତେବେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ ସଚିନଙ୍କ ୪୯ ତମ ଶତକ ରେକର୍ଡ ପଛରେ ପକାଇ ୫୦ ତମ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ବ୍ୟାଟର ହୋଇଛନ୍ତି। ସଚିନଙ୍କ ରେକର୍ଡ ଭାଙ୍ଗିବା ପରେ ବିରାଟଙ୍କ ସେଲିବ୍ରେସନ କିନ୍ତୁ ଖୁବ ଚମତ୍କାର ଥିଲା। ଶତକ ପୂରା କରିବାର ତୁରନ୍ତ ପରେ ବିରାଟ ଆଣ୍ଠେଇ ପଡ଼ି ସଚିନଙ୍କ ଆଗରେ ନତମସ୍ତକ ହୋଇଥିଲେ। କ୍ରିକେଟ୍ ଗଡ୍ଙ୍କୁ ସଲାମ ଜଣାଇଥିଲେ।
ଅନ୍ୟପଟେ ପାଭିଲିଅନ୍ରେ ବସି ମ୍ୟାଚ୍ ଦେଖୁଥିବା ସଚିନ ତେନ୍ଦୁଲକର ବିରାଟଙ୍କର ଏହି ସଫଳତା ପାଇଁ ତାଙ୍କୁ ବଧେଇ ଜଣାଇଥିଲେ। ବିରାଟ ଶତକ ପୂରା କରିବା ପରେ ସଚିନ ଛିଡ଼ା ହୋଇ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ।
କେବଳ ସେତିକି ନୁହେଁ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଫ୍ଲାଇଂ କିସ୍ ଦେଇଥିଲେ। ଯାହାର ଭିଡିଓ ଓ ଫଟୋ ଏବେ ସୋସିଆଲ୍ ମିଡିଆରେ ଜୋର୍ସୋର୍ରେ ଅପଲୋଡ୍ ହେଉଛି।