ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ନିଆଁ, ଟ୍ରେନରୁ ଡେଇଁଲେ ଯାତ୍ରୀ
ଦିଲ୍ଲୀ- ଦରଭଙ୍ଗା ଏକ୍ସପ୍ରେସରେ ନିଆଁ । ଉତ୍ତର ପ୍ରଦେଶ ଇଟାଓ୍ବା ନିକଟରେ ନିଆଁ ଲାଗିଥିବା ସୂଚନା ।

ଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଉତ୍ତର ପ୍ରଦେଶ ଇଟାଓ୍ବା ନିକଟରେ ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଛି । କିଛି ଯାତ୍ରୀ ଟ୍ରେନରୁ ଡେଇଁ ପଡିଥିବା ମଧ୍ୟ ସୂଚନା ମିଳିଛି । ନିଆଁକୁ ଆୟତ କରିବା ପାଇଁ ଏକାଧିକ ଫାୟାର ଟିମ୍ କାମରେ ଲାଗିଛନ୍ତି ।
ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ଅଧିକ ସୂଚନା ମିଳିପାରିନି । କେଉଁ କାରଣରୁ ନିଆଁ ଲାଗିଲା, ତାହା ମଧ୍ୟ ସ୍ପଷ୍ଟ ହୋଇନି ।