ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ
ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝର ଗୁରୁବାର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି।

ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝର ଗୁରୁବାର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି। ତେଲକୋଇ ଥାନା ଅଧିନ ଓରିୟା ଗ୍ରାମର ଓକିଲ ମୁଣ୍ଡା (୩୦) ୨୦୧୭ ମସିହା ମେ ୩୧ ରାତି ପ୍ରାୟ ୯ଟାରେ ପଡୋଶୀ ୭ବର୍ଷର ନାବାଳିକା ଘରେ ଶୋଇଥିବା ବେଳେ ପାଟିରେ ଗାମୁଛା ଗୁଡାଇ ନିକଟସ୍ଥ ପୋଖରୀ ହୁଡାକୁ ଟେକି ନେଇ ଦୁଷ୍କର୍ମ କରିଥିବା ପୀଡିତାର ମା’ ତହିଁପରଦିନ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ଶ୍ରୀ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ଶ୍ରୀ ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୧୩ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଆଦେଶ ଦେଇଛନ୍ତି।