ନକଲି ଆଦିବାସୀ ଙ୍କୁ ଗିରଫ
ଅନ୍ୟ ବର୍ଗ ଲୋକଙ୍କୁ ଆଦିବାସି ସଂପ୍ରଦାୟ ରେ ସାମିଲ ନେଇ ଆଦିବାସୀ ସଂଘ ର ପ୍ରତିବାଦ ।

ବଲାଙ୍ଗୀର ଜିଲ୍ଲା ଆଦିବାସି କଲ୍ୟାଣ ସଙ୍ଘ ତରଫରୁ ଆଦିବାସି ସମ୍ପ୍ରଦାୟରେ ଅନ୍ୟ ବର୍ଗ ର ଲୋକ ଙ୍କୁ ସାମିଲ କରିବା ନେଇ ଦୃଢ଼ ପ୍ରତିବାଦ କରାଯାଇଛି । ଆଦିବାସି ସଂପ୍ରଦାୟ ରେ ରଣା,ମାଳି,କୁଡୁମି,ଓ ଅଣ ଆଦିବାସୀ ଯଥା ଓବିସି ବର୍ଗ ଙ୍କୁ ଆଦିବାସୀ ସମ୍ପ୍ରଦାୟ ରେ ସାମିଲ ପ୍ରସ୍ତାବ କୁ ତୁରନ୍ତ ରଦ୍ଧ ଘୋଷଣା କରିବା,ପୂର୍ବରୁ ଓଡ଼ିଶା ସରକାର ଙ୍କ ଦ୍ଵାରା ସୁପାରିସ ହୋଇଥିବା ୧୬୯ ଗୋଟି ଜାତି ରେ ଥିବା ସମସ୍ତ ସଦସ୍ୟ ଙ୍କ ସବିଶେଷ ଯାଞ୍ଚ l
ଆଦିବାସୀ ଭାଷା କୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ସାମିଲ l ଭୁ ସଂସ୍କାର ଆଇନ୍ ଅନୁଯାୟୀ ଆଦିବାସୀ ଙ୍କ ଜମି ଫେରସ୍ତ ତଥା ଜଙ୍ଗଲି ଆଦିବାସୀ ଙ୍କୁ ପଟ୍ଟା ପ୍ରଦାନ lନକଲି ଆଦିବାସୀ ଙ୍କୁ ଚିହ୍ନଟ ଓ ଗିରଫ ଦାବି ନେଇ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫରୁ ଟିଟିଲାଗଡ ରେ ବିଶାଳ ରେଲି ର ଆୟୋଜନ କରାଯାଇଛି ।
ଏକ ଶୋଭାଯାତ୍ରା ରେ ଟିଟିଲାଗଡ ଆଦିବାସୀ ଭବନ ରୁ ବହୁ ସଂଖ୍ୟା ରେ ଉଭୟ ପୁରୁଷ, ମହିଳା ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଁଚି ତାଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ରେଲି ବା ଶୋଭାଯାତ୍ରା ରେ ବହୁ ସଂଖ୍ୟାକ ଆଦିବାସୀ ସଦସ୍ୟ, ସଦସ୍ୟା ଯୋଗ ଦେଇଥିବା ବେଳେ ବରିଷ୍ଟ ସଦସ୍ୟ ହେମେନ୍ଦ୍ର ହାଁସଦା,ପଦ୍ମନ୍ ପ୍ରଧାନୀ, ସଙ୍ଘ ସଭାପତି ନିତ୍ୟାନନ୍ଦ ମାଝୀ,ଥବିର ପୂଜାରୀ, ଇନ୍ଦ୍ରମଣି ମାଝୀ,ପ୍ରୁଥିରାଜ ମାଝୀ, ଶତ୍ରୁଘ୍ନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।