ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି ତିଗିରିଆ ପୋଲିସ୍
ଗୋରୁ ଚୋରାଚାଲାଣ ବେଳେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି ତିଗିରିଆ ପୋଲିସ୍ l

ଗୋରୁ ଚୋରାଚାଲାଣ ବେଳେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି ତିଗିରିଆ ପୋଲିସ୍ ଗତକାଲି ବିଳମ୍ବିତ ରାତିରେ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଛକରେ ଏକ ଚୋରା ଚାଲାଣ ହେଉଥିବା ଗାଡିର ନମ୍ବର (OD05 AE 8435) ପିକଅପ୍ କୁ ଗାଡି ଟିକୁ ଜବତ କରିଛି ତିଗିରିଆ ପୋଲିସ୍ l
ଗାଡ଼ିରେ ୧୮ ଗୋଟି ଗୋରୁ କରି ଚାଲାଣ ହେଉଥିବାର ବେଳେ ଅତି ଅମାନୁଷିକ ଭାବେ ଗୋରୁ ଗୁଡିକୁ ଭ୍ଯାନ ରେ ଅଣଯାଉ ଥିବାରୁ ସେଥି ମଧ୍ୟରୁ ଗୋଟିଏ ଗୋରୁର ମୁତ୍ୟୁ ହୋଇଛି l ତେବେ ଅନ୍ୟ ସମସ୍ତ ଗୋରୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରି ଗାଡିର ଡ୍ରାଇଭର ସମେତ ୨ ଜଣକୁ ଗିରଫ କରି ତଦନ୍ତ ଜାରି ରଖିଛି।