ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତି: ଏଣିକି ଅମିନଙ୍କୁ ମିଳିବ ପଦୋନ୍ନତି

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତି: ଏଣିକି ଅମିନଙ୍କୁ ମିଳିବ ପଦୋନ୍ନତି

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତି: ଏଣିକି ଅମିନଙ୍କୁ ମିଳିବ ପଦୋନ୍ନତି

ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଆଜି ଅପରାହ୍ନ ୩ଟାରେ ଘୋଷଣା ହେବ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ନିର୍ବାଚନ କମିଶନର ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ବି କରିବେ ବଡ଼ ଘୋଷଣା। ଏହାପୂର୍ବରୁ ଆଜି ଚଳିତ ସରକାରର ଶେଷ କ୍ୟାବିନେଟ୍ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଥିଲା।

୧୪ଟି ପ୍ରସ୍ତାବରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ। ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଶନିବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ ଥିଲା।

ଏହି ବୈଠକରେ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କଟକ ଚାଉଳିଆଗଞ୍ଜରେ ଡିଏଭି ଏସସିବି ମେଡିକାଲ ସ୍କୁଲ ପ୍ରତିଷ୍ଠା ହେବ। ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ମଂଜୁରୀ। ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ହେବ ସେତୁ। ୧୨୮ କୋଟି ଖର୍ଚ୍ଚ ହେବ ଏବଂ ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ। କଟକ ମହାନଦୀ ଉପରେ ହେବ ଉଚ୍ଚସେତୁ। ଚନ୍ଦ୍ରଶେଖରପୁର ଯାଦବ ଭବନ ହେବ। ଅମିନଙ୍କ ପଦୋନ୍ନତିକୁ ମଞ୍ଜୁରୀ ମିଳିଛି।