ବଙ୍ଗୋପସାଗରରେ ବାତ୍ୟା ‘ହାମୁନ୍', ଭିଜେଇବ ପାର୍ବଣ
ବଙ୍ଗୋପସାଗରରେ ରହିଛି ବାତ୍ୟା ଆଶଙ୍କା

ଧୋଇଯିବ ପାର୍ବଣ ! ଆସୁଛି ବାତ୍ୟା । ବଙ୍ଗୋପସାଗରରେ ରହିଛି ବାତ୍ୟା ଆଶଙ୍କା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା 24 ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ । ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ।
ଯଦି ବାତ୍ୟାର ରୂପ ନିଏ ନାଁ ରହିବ 'ହାମୁନ୍' । ଏହା ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆଜି ମଧ୍ୟାହ୍ନରୁ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ ।
ସମ୍ଭାବ୍ୟ ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ଯିବ ବାଂଲାଦେଶ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।
ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣରେ 610 କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦୀଘାଠାରୁ 760 କିଲୋମିଟର ଦକ୍ଷିଣରେ ଅବପାତ ସୃଷ୍ଟି ହୋଇଛି । ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି 60 ରୁ 70 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ବାତ୍ୟାର ବେଗ ସର୍ବାଧିକ 80 କିମି ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ।
ଏଥିପାଇଁ 27 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ଉପରେ ଆଇଏମଡି ସ୍ବତନ୍ତ୍ର ନଜର ରଖିଛି । କିନ୍ତୁ ବାତ୍ୟା ହେଲେ ଓଡିଶାରେ ସେତେଟା ପ୍ରଭାବ ନପଡ଼ିଲେ ମଧ୍ୟ ଉପକୂଳରେ ବର୍ଷା ହୋଇପାରେ । ଫଳରେ ପୂଜା ଫିକା ପଡ଼ିପାରେ ।