ୱେବ୍ ରାଡାର୍ ବୋଇଁ ଉଦ୍ଧାର
ଧବଳେଶ୍ଵର ବେଳାଭୂମିରୁ ୱେବ୍ ରାଡାର୍ ବୋଇଁ ଉଦ୍ଧାର

ଗୋପାଳପୁର: ଧବଳେଶ୍ଵର ବେଳାଭୂମି ପରିସରରୁ ଆଜି ଏକ ୱେବ୍ ରlଡର ବୋଇଂକୁ ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜର ସେନାବାହିନୀ ପକ୍ଷରୁ ଉଦ୍ଧାର କରାଯାଇଥିଲା। ପରେ ଏହାକୁ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ସକାଳେ ଏହି ରlଡରଟି ଧବଳେଶ୍ଵର ବେଳାଭୂମିରେ ଭାସମାନ ଅବସ୍ଥାରେ ଥିବା ଦେଖି ସେନା କର୍ମଚାରୀ ମାନେ ସୋସିଆଲ ମିଡିଆରେ ଏହା ନେଇ ତଥ୍ୟ ରଖିବା ସହ ଗୋପାଳପୁର ଥାନାକୁ ଖବର ଦେଇଥିଲେ। ଗୋପାଳପୁର ଥାନା ପକ୍ଷରୁ ଏସ ଆଇ ପ୍ରଶାନ୍ତ ଡାକୁଆ ଏକ ଦଳ ସେଠାରେ ପହଞ୍ଚି ଏହି ରlଡର ଥିବା ଦେଖିଥିଲେ। ପରେ ବ୍ରହ୍ମପୁର ଏସପିଙ୍କୁ ଖବର ଦେଇଥିଲେ। ଏସପି ଇଣ୍ଟେଲିଜେନ୍ସ ବିଭାଗକୁ ଜଣାଇଥିଲେ। ଇଣ୍ଟେଲିଜେନ୍ସ ବିଭାଗ ଆଇଆଇସି ରଞ୍ଜନ କୁମାର ପଟ୍ଟନାୟକ, ଏସ ଆଇ ଅଜିତ କୁମାର ପାତ୍ର ସେଠାରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ଚିଲିକା ଜଙ୍ଗଲ ଓ ଜଳବାୟୁ ବିଭାଗର ପ୍ରକଳ୍ପର ବୈଜ୍ଞାନିକ ରାକେଶ ବରାଳଙ୍କ ସହ ଯୋଗ ଯୋଗ ପରେ ବୈଜ୍ଞାନିକ ବରାଳ ସେଠାରେ ପହଞ୍ଚି ଏହି ଯନ୍ତ୍ରଟିକୁ ଚିଲିକା ନେଇଥିବା ଜଣାପଡିଛି। ଏହି ଯନ୍ତ୍ରଟି ୨୦୧୧ରୁ ରଖାଯାଇଥିଲା। ଚିଲିକା ଡେଭଲପମେଣ୍ଟ ଅଥରଟି ପକ୍ଷରୁ ଏହାକୁ ପୋର୍ଟ ଠାରୁ ୨/୩ କିମି ଦୂରରେ ସମୁଦ୍ର ଭିତରେ ରଖାଯାଇଥିଲା। କୌଣସି କାରଣ ବଶତଃ ଏହା ଭାସି ଯାଇ ଧବଳେଶ୍ଵର କୂଳରେ ଲାଗିଥିଲା। ଏହି ଯନ୍ତ୍ର ଟି ଗୋଲିଆ ହୋଇଥିବା ବେଳେ ଏହାର ଉପର ପଟରେ ସୋଲାର ଖଞ୍ଜା ଯାଇଥିବା ସହ ଜିପିଏସ ଖଞ୍ଜା ଯାଇ ତଥ୍ୟ ସଂଗ୍ରହ କରାଯାଉଥିଲା। ଏଥିରୁ ଉଦ୍ଧାର ତଥ୍ୟ ଇଙ୍କୋଷିସ ହାଇଦ୍ରାବାଦକୁ ପଠାଯାଉଥିଲା। ସେଠାରେ ବୈଜ୍ଞାନିକମାନେ ସମୁଦ୍ରର ତରଙ୍ଗର ଉଚ୍ଚତା ବେଗର ଦିଗ ନେଇ ତର୍ଜମା କରି ରିପୋର୍ଟ ପ୍ରସ୍ତୁତ କରୁଥିଲେ। ଏହି ଯନ୍ତ୍ରଟିର ଓଜନ ପ୍ରାୟ ୨୦୦ କେଜି ହୋଇଥିବା ବେଳେ ନେଦେରଲାଣ୍ଡରୁ କିଣା ଯାଇଥିବା ବୈଜ୍ଞାନିକ ବରାଳ ସୂଚନା ଦେଇଛନ୍ତି।