ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଗୁରୁ ଦାୟିତ୍ୱ
ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଗୁରୁ ଦାୟିତ୍ୱ । ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି ।

ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଗୁରୁ ଦାୟିତ୍ୱ । ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଜାମ୍ମୁକାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ ବିଜ୍ଞପ୍ତି ମୁତାବକ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ସେ ଏହି ଦାୟିତ୍ୱରେ ରହିବେ ।
ସୂଚନାଯୋଗ୍ୟ ଯେ, ଓଡିଆ ପୁଅ ରଶ୍ମୀରଞ୍ଜନ ସ୍ୱାଇଁ ଏହା ପୂର୍ବରୁ ଜାମ୍ମୁକାଶ୍ମୀର ପୋଲିସର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ହେଲେ ଏବେ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଜାଣିରଖିବା ଉଚିତ୍ ଯେ, ୧୯୯୧ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ରଶ୍ମୀରଞ୍ଜନ ସ୍ୱାଇଁ । ଜାମ୍ମୁକାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ମଧ୍ୟ ରହିସାରିଛନ୍ତି । ୨୦୦୧ରୁ ୨୦୦୩ ପର୍ୟ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ୟ୍ୟନ୍ତ ସେ ଜମ୍ମୁରେ ଏସଏସପି ଦାୟିତ୍ୱରେ ଥିଲେ ।