ବିଜେଡି ଛାଡିଲେ ପ୍ରିୟଦର୍ଶୀ ମିଶ୍ର

ବିଜେଡି ଛାଡିଲେ ଆଉ ଜଣେ ଟାଣୁଆ ନେତା । ଭୁବନେଶ୍ୱର- ଉତ୍ତର ଆସନର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ପ୍ରିୟଦର୍ଶୀ ମିଶ୍ର ।
ଖବର ଅନୁଯାୟୀ, ବିଜେଡିର ଜଣେ ଟାଣୁଆ ଯୁବ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ପ୍ରିୟଦର୍ଶୀ ମିଶ୍ର ।ଯାହାଫଳରେ ପାର୍ଟି ପ୍ରିୟଦର୍ଶୀ ମିଶ୍ରଙ୍କୁ ୨୦୨୪ରେ ଭୁବନେଶ୍ୱରର ଉତ୍ତର ଆସନରୁ ବିଧାୟକ ଭାବେ ପ୍ରାର୍ଥୀ କରିଥିଲା । ଆଉ ଏହି ନିର୍ବାଚନରେ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବହୁ ଭୋଟରେ ପରାସ୍ତ କରିଥିଲେ ପ୍ରିୟଦର୍ଶୀ ମିଶ୍ର ।
ତେବେ ବିଜେଡି ଛାଡିବା ପରେ ପ୍ରିୟଦର୍ଶୀ ମିଶ୍ର କେଉଁ ଦଳରେ ସାମିଲ ହେଉଛନ୍ତି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପ୍ରିୟଦର୍ଶୀ ମିଶ୍ର ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ହେଲେ ଏନେଇ କୌଣସି ଆଧିକାରିକ ବୟାନ ଜାରି କରିନାହାନ୍ତି ପ୍ରିୟଦର୍ଶୀ ।