ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ ।

୧୦୨ଟି ଆସନ ଭିତରେ ତାମିଲନାଡୁର ୩୯, ରାଜସ୍ଥାନର ୧୨ଟି, ମଧ୍ୟପ୍ରଦେଶର ୬ଟି ଆସନ, ଉତ୍ତରାଖଣ୍ଡ, ଆସାମ ଓ ମହାରାଷ୍ଟ୍ରର ୫ଟି ଲେଖାଏଁ ଆସନ, ବିହାର ପାଇଁ ୪ଟି ଆସନ ରହିଛି ।

ପଶ୍ଚିମବଙ୍ଗର ୩ଟି ଆସନ ଏବଂ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟର ୨ଟି ଲେଖାଏଁ ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।

ସେହିପରି ଛତିଶଗଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ୍‌ ନିକୋବର, ଜମ୍ମୁ-କାଶ୍ମୀର, ଲାକ୍ଷାଦ୍ୱୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ସିଟ୍ ରେ ପଡିବ ଭୋଟ୍ ।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୨୭ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ । କେବଳ ବିହାରରେ ନାମାଙ୍କନ ଭରିବାର ଶେଷ ତାରିଖ ମାର୍ଚ୍ଚ ୨୮କୁ ଧାର୍ଯ୍ୟ କରାଯାଇଛି ।

ସେହିପରି ମାର୍ଚ୍ଚ ୨୮ରେ ନାମାଙ୍କନପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ବିହାର ପାଇଁ ଏହା ମାର୍ଚ୍ଚ ୩୦କୁ ଧାର୍ଯ୍ୟ କରାଯାଇଛି । ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୦ ଥିବାବେଳେ, ବିହାର ପାଇଁ ଏପ୍ରିଲ୍ ୨ ରହିଛି ।

ସେହିପରି ୧୮ତମ ଲୋକସଭା ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ହେବାକୁ ଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟଏପ୍ରିଲ ୨୬ରେ , ୭ମେ'ରେ ତୃତୀୟ ପର୍ଯ୍ୟାୟ, ୧୩ ମେ'ରେ ଚତୁର୍ଥ, ୨୦ ମେ'ରେ ପଞ୍ଚମ ପର୍ଯ୍ୟାୟ, ୨୫ ମେ'ରେ ଷଷ୍ଠ ଏବଂ ଜୁନ୍ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ । ଜୁନ୍ ୪ରେ ଏକାଠି ସମସ୍ତ ୭ଟି ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

ତେବେ ଗତ ୧୬ ମାର୍ଚ୍ଚରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ ।