ଜାହାଜରେ ନିଶା ଚାଲାଣ

ଜାହାଜରେ ନିଶା ଚାଲାଣ

ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା ଏକ ଜାହାଜ ରୁ ସନ୍ଦେହ ଜନକ ଭାବେ ୮ଟି ପ୍ୟାକେଟ୍ ଜବତ କରାଯାଇଛି । 

ଘଟଣା ଟି ସେତିକି ଗୁରୁତ୍ବ ନଥିଲେ ପାରାଦୀପ ବନ୍ଦରରେ ହଇଚଇ ସୃଷ୍ଟି ହୋଇ ନଥାନ୍ତା। ଏପରିକି ଭାରତୀୟ ତଟରକ୍ଷୀ ବାହିନୀ ର ସ୍ବତନ୍ତ୍ର ହେଲିକପ୍ଟର ଆସି ଯାଞ୍ଚ କରିବା ସହ ଉଚ୍ଚପଦସ୍ଥ ଅଧିକାରୀ ଆସି ସିଧାସଳଖ ବର୍ଥ ରେ ଅବତରଣ କରିଛନ୍ତି। ତେବେ ଘଟଣାକୁ ଅତ୍ୟନ୍ତ ଗଭିରତାର ସହ ନିଆ ଯାଇ ଗୁରୁତ୍ଵପୂର୍ଣ୍ଣ ଭାବେ ତନ ତନ କରି ଯାଞ୍ଚ କରାଯାଉଛି। ଯାହାକି ପାରାଦୀପ ବନ୍ଦର ଇତିହାସ ରେ ଏହା ପ୍ରଥମ ଲୋକ ଲୋଚନକୁ ଆସିଛି ।

ବନ୍ଦର ହେଉଛି- ପାରାଦୀପ ବନ୍ଦର

ସେଥିରେ ଥିବା ବର୍ଥ ହେଉଛି- ପିଆଇସିଟୀ ବର୍ଥ,

ଏହି ପିଆଇସିଟୀ ବର୍ଥରେ ଲାଗିଛି ଦେବୀ ନାମକ ଜାହାଜ -  

ବାସ୍ ସୁଚନା ପରେ ଚାଲିଛି ଚଢ଼ାଉ, ଜବତ୍ ହୋଇଛି ବିପୁଳ ପରିମାଣର ସନ୍ଦେହ ଜନକ ସାମଗ୍ରୀ, ଯାହାର ଆନ୍ତର୍ଜାତିକ ବଜାରର ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ ।

ଏହି ପ୍ୟାକଟ୍ ଗୁଡିକୁ ଗତକାଲି ବିଳମ୍ବିତ ରାତିରେ ଜବତ କରିଛି କଷ୍ଟମ ବିଭାଗ । ଇଣ୍ଡୋନେସିଆ ରୁ ଆସିଥିବା ଜାହାଜ 'ଏମ୍.ଭି.ଦେବୀ' ପାରାଦୀପ ର ପି.ଆଇ.ସି.ଟି ବର୍ଥ ରେ ଆଙ୍କରିଂ କରିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପ୍ରଥମେ କଷ୍ଟମ୍ ବିଭାଗ ଚଢାଉ କରିଥଲା। ଯାହାକି ଜାହାଜ ମଧ୍ୟରୁ ଛୋଟ ଛୋଟ ୮ଟି ପ୍ୟାକଟ୍ ଜଵତ କରିଛି କଷ୍ଟମ ବିଭାଗ। ତେବେ ସେହି ସବୁ ପ୍ୟାକଟ୍ ର ଓଜନ ପ୍ରାୟ ୫କେଜିରୁ ଉର୍ଦ୍ଧ ହୋଇଥିବା ବେଳେ ସେଥିରେ କିଛି ନିଶା ଦ୍ରବ୍ଯ ଥାଇପାରେ ବୋଲି ଅନୁମାନ କରା ଯାଉଛି। ତେବେ ସେହି ଦ୍ରବ୍ୟ ଗୁଡିକ ବ୍ରାଉନ୍ ସୁଗାର କି ଆଉ କ'ଣ କିଛି ବୋଲି ସନ୍ଦେହ କରା ଯାଉଥିବା ବେଳେ କଷ୍ଟମ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ତେବେ ଜାହାଜ ଟି ପାରାଦୀପ ରୁ ପଣ୍ୟ ନେଇ ଡେନମାର୍କ ଯିବାକୁ ଥିବା ବେଳେ ସନ୍ଦେହ ଜନକ ପ୍ୟାକଟ୍ ଗୁଡିକୁ କଷ୍ଟମ ବିଭାଗ ଜବତ କରିବା ପରେ ଜାହାଜ କୁ ତନତନ କରି ଯାଞ୍ଚ କରା ଯାଉଥିବା ଜଣାପଡିଛି। ତେବେ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଏହି ରାସ୍ତା ଦେଇ ଚାଲାଣ ହେଉଥିବା ପ୍ୟାକଟ୍ ଗୁଡିକ ଖୋଲା ହୋଇଥିବା ବେଳେ ଧଳା ରଙ୍ଗର ପାଉଡର୍ ଗୁଡିକୁ ନେଇ ସନ୍ଦେହ ବୃଦ୍ଧି ପାଇଛି । 

ତେବେ ପୁର୍ବରୁ ମଧ୍ୟ ଏହି ବର୍ଥରେ ଏହି ପରି କାରବାର ହେଉଛି ବୋଲି କେତେକ ସୁତ୍ରରୁ ସୁଚନା ମିଳିଛି ଯାହାକି ପିଆଇସିଟୀ ଅଧିକାରୀ ମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍