୨୦୨୫ ଶେଷ ସୁଦ୍ଧା ସରିବ ପିପିଏଲ୍ ସମ୍ପ୍ରସାରଣ କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୂଚନା ଦେଲେ ପିପିଏଲ୍ ଏମ୍. ଡି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାରାଦୀପ ଫସଫେଟ୍ ଲିମିଟେଡ୍ (ପିପିଏଲ୍)ର ପରିଚାଳନା ନିର୍ଦ୍ଦେଶକ ସୁରେଶ କ୍ରିଷ୍ଣନ ସାକ୍ଷାତ କରି ଏହି ସୁଚନା ଦେଇଛନ୍ତି

ରାଜ୍ୟ ରେ ସାର ଯୋଗାଣ ଠିକ୍ ଠାକ୍ ଅଛି, ଓଡ଼ିଶା ରେ ଶିଳ୍ପର ପ୍ରଗତି ପାଇଁ ଯଥେଷ୍ଟ ସହାୟତା ମିଳୁଛି, ଆସନ୍ତା ୨୦୨୫ ମସିହା ଶେଷ ସୁଦ୍ଧା ପିପିଏଲ୍ ତାର ସଂପ୍ରସାରଣ କାର୍ଯ୍ୟ ଶେଷ କରିବା ନେଇ ସୁଚନା ଦେଇଛନ୍ତି ପାରାଦୀପ ଫସଫେଟସ୍ ଲିମିଟେଡ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ସୁରେଶ କ୍ରିଷ୍ଣନ୍ କହିଛନ୍ତି ।
ଗୁରୁବାର ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାରାଦୀପ ଫସଫେଟ୍ ଲିମିଟେଡ୍ (ପିପିଏଲ୍)ର ପରିଚାଳନା ନିର୍ଦ୍ଦେଶକ ସୁରେଶ କ୍ରିଷ୍ଣନ ସାକ୍ଷାତ କରି ଏହି ସୁଚନା ଦେଇଛନ୍ତି। ସେ କମ୍ପାନିର ସମ୍ପ୍ରସାରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ନେଇ ଅବଗତ କରାଇଛନ୍ତି। କମ୍ପାନି ତାର ପାରାଦୀପ କାରଖାନାରେ ପ୍ରାୟ ୩୦୦୦ କୋଟି ଟଙ୍କାର ସମ୍ପ୍ରସାରଣ ଜାରି ରଖିଛି। ସଲ୍ଫରିକ୍ ଏସିଡ୍ ଓ ଫସ୍ଫରିକ୍ ଏସିଡ୍ ଉତ୍ପାଦନ କ୍ଷମତା ବଢ଼ାଇବା ଲାଗି ସମ୍ପ୍ରସାରଣ କରାଯାଉଛି। ଏହି କାର୍ଯ୍ୟ ୨୦୨୫-୨୬ ସୁଦ୍ଧା ଶେଷ ହେବ ବୋଲି ଶ୍ରୀ କ୍ରିଷ୍ଣନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଅବଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ସାର ଯୋଗାଣ ଠିକ୍ ରଖିବାକୁ ମୁଖ୍ୟମନ୍ତ୍ରୀ ପିପିଏଲ୍ ଅଧିକାରୀଙ୍କୁ କହିଛନ୍ତି। ସବୁ ଚାଷୀଙ୍କ ପାଖରେ ଯେଭଳି ସାର ପହଞ୍ଚିବ ତାହା ସୁନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ସାର ବିତରଣ ଉପରେ ଧ୍ୟାନ ଦେବାକୁ କମ୍ପାନି ଅଧିକାରୀଙ୍କୁ କହିଛନ୍ତି। ଓଡ଼ିଶାରେ ଥିବା ବ୍ୟବସାୟ ଅନୁକୂଳ ଶିଳ୍ପାୟନ ବିଷୟରେ ରାଜ୍ୟ ବାହାରେ ପ୍ରସାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। କମ୍ପାନିର ତିନିଟି ସଲଫରିକ୍ ଏସିଡ୍ ଉତ୍ପାଦନ କାରଖାନା ଏବଂ ଗୋଟିଏ ବୃହତ ଫସଫରିକ୍ ଏସିଡ୍ ଉତ୍ପାଦନ କାରଖାନା ରହିଛି। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରକାର ସାର ଆବଶ୍ୟକତା ପୂରଣ କରିବାରେ କମ୍ପାନି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହା ପାରାଦୀପରେ ଉତ୍ପାଦନ ସହିତ ପରିବହନ ଓ ଯୋଗାଣ ଲାଗି ମଧ୍ୟ ଉନ୍ନତ ଭିତ୍ତିଭୂମିର ବ୍ୟବସ୍ଥା କରିଛି। ଏହି ଅବସରରେ କମ୍ପାନିର ମୁଖ୍ୟ ବିତ୍ତ ଅଧିକାରୀ ବିଜୟ କୁମାର ବିଶ୍ଵାଳ ଓ କର୍ପୋରେଟ୍ ବ୍ୟାପାର ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।