ପନ୍ନୁଙ୍କ ଧମକ ପରେ ଭୁବନେଶ୍ବରରେ ହଇଚଇ
ଶ୍ରୀ ମିଶ୍ର କହିଛନ୍ତି, ଡିଜି-ଆଇଜିପି ସମ୍ମିଳନୀ ସୁରୁଖୁରୁରେ ଚାଲିଛି।

ଭୁବନେଶ୍ବରରେ ଚାଲିଥିବା ଡିଜି-ଆଇଜିପି ସମ୍ମିଳନୀ। ଅନ୍ୟପଟେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଟାର୍ଗେଟରେ ଭୁବନେଶ୍ବର ରହିଛି। ଲଗାତାର ସମ୍ମିଳନୀ ଭଣ୍ଡୁର କରିବା ପାଇଁ ଧମକ ଦେଉଛି ପନ୍ନୁ। ଏହାକୁ ନେଇ ସମଗ୍ର ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଅନ୍ୟପଟେ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବଳୟରେ ଥିବା ବେଳେ ଯେକୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।
ଶ୍ରୀ ମିଶ୍ର କହିଛନ୍ତି, ଡିଜି-ଆଇଜିପି ସମ୍ମିଳନୀ ସୁରୁଖୁରୁରେ ଚାଲିଛି। ସିକ୍ୟୁରିଟି ପ୍ଲାନ୍ ଅନୁସାରେ ସବୁଠି ମୁତୟନ ଅଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷା ସମ୍ପର୍କୀତ ଯେକୌଣସି ସୂଚନା ପାଉଛୁ ଆମେ ତାହାକୁ ଗୁରୁତର ସହ ନେଉଛୁ। ଟିକିନିଖି କରି ସବୁ ତଥ୍ୟକୁ ଯାଞ୍ଚ କରାଯାଉଛି। ଆମେ ସମ୍ପୂର୍ଣ୍ଣ ଆଲର୍ଟ ଅଛୁ।
ସେ ଆହୁରି କହିଛନ୍ତି, ସୁରକ୍ଷା ବ୍ୟବସ୍ଥାର ନେତୃତ୍ବ ନେଉଛି କମିଶନରେଟ୍ ପୁଲିସ। କେନ୍ଦ୍ରୀୟ ଫୋର୍ସ ଭରପୁର ସହଯୋଗ କରୁଛନ୍ତି। ୭୦ ପ୍ଲାଟୁନ ଓଡ଼ିଶା ପୁଲିସ, ୧୦ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ସୁରକ୍ଷା ଦାୟିତ୍ବରେ ଅଛନ୍ତି। ବିମାନବନ୍ଦର ସୁରକ୍ଷା ଦାୟିତ୍ବରେ ସିଆଇଏସ୍ଏଫ୍ ଅଛନ୍ତି। ଯେକୌଣସି ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର।