ବିଶ୍ୱ ମିତବ୍ୟୟିତା ଦିବସ ପାଳିତ
ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ସଞ୍ଚୟ ଓ ଆର୍ଥିକ ସେବା ସଂଗ୍ରହନର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି ।

ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ସଞ୍ଚୟ ଓ ଆର୍ଥିକ ସେବା ସଂଗ୍ରହନର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପଡ଼ିଆରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରି ପତାକା ହଲାଇ ଉଦଘାଟନ କରିଥିଲେ । ଏହି ସଚେତନତା ରଥ ସମଗ୍ର ଜିଲ୍ଲା ପରିଭ୍ରମଣ କରିବ ।
ରୋଜଗାରରୁ ଆଂଶିକ କିଛି ଅର୍ଥ ସଞ୍ଚୟ ମାଧ୍ୟମରେ ନିଜର ଏକ ଆର୍ଥିକ ସୁଦୃଢ଼ ଭବିଷ୍ୟତ ଗଠନ ଓ ଋଣକୁ ଦୁରେଇ ଏହି ସଞ୍ଚୟ ମାଧ୍ୟମରେ ନିଜର ଜରୁରୀକାଳୀନ ଆବଶ୍ୟକତା ପୂରଣ କରିବା ଲକ୍ଷ ନେଇ ସମସ୍ତେ ଚେଷ୍ଟିତ ରହିବା ଉଚିତ ବୋଲି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗର କର୍ମଚାରୀ , ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁର ରୁ ଲୋକନାଥ ଙ୍କ ରିପୋର୍ଟ ONM ନିଉଜ୍ l