କଂଗ୍ରେସ ଏବଂ ଯୁବ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ଫ୍ରିଜ୍: ଅଜୟ ମାକନ

ଆମ ଦେଶକୁ ତାଲାବନ୍ଦ କରି ଦିଆଯାଇଛି । ଆମ ଦେଶର ଗଣତନ୍ତ୍ର ଫ୍ରିଜ୍ ହୋଇଯାଇଛି ।

କଂଗ୍ରେସ ଏବଂ ଯୁବ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ଫ୍ରିଜ୍: ଅଜୟ ମାକନ

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଏବଂ ଯୁବ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି ଅଜୟ ମାକନ ।

ଅଜୟ କହିଛନ୍ତି, କଂଗ୍ରେସ ଦଳର ସମସ୍ତ ଆକାଉଣ୍ଟ ଫ୍ରିଜ୍ କରି ଦିଆଯାଇଛି ।ଆମ ଦେଶକୁ ତାଲାବନ୍ଦ କରି ଦିଆଯାଇଛି । ଆମ ଦେଶର ଗଣତନ୍ତ୍ର ଫ୍ରିଜ୍ ହୋଇଯାଇଛି । ନିର୍ବାଚନ ଘୋଷଣାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏଭଳି ନିଷ୍ପତ୍ତି ନେଇ ସରକାର କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ କରୁଛି । ଆୟକର ବିଭାଗ ୨୧୦ କୋଟି ଟଙ୍କା ମାଗୁଛି । ଏଭଳି ଆକାଉଣ୍ଟ ଫ୍ରିଜ୍ କରିବା ଦ୍ୱାରା ନା କାହାକୁ ବେତନ ଦିଆଯାଇପାରୁଛି ନା କୌଣସି ବିଲ ଭରଯାଇପାରୁଛି । ମେମ୍ବରସିପ୍ ଡ୍ରାଇଭ ଜରିଆରେ ଯୁବ କଂଗ୍ରେସ ଯେଉଁ ଟଙ୍କା ଏକାଠି କରିଥିଲା ତାକୁ ମଧ୍ୟ ଫ୍ରିଜ୍ କରିଦିଆଯାଇଛି ।