ଦିଲ୍ଲୀ ରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ବିଷୁବ ମିଳନ
ଦିଲ୍ଲୀ ରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ର ମହା ବିଷୁବ ସଂକ୍ରାନ୍ତି ମିଳନ କାର୍ଯକ୍ରମ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ପ୍ରେକ୍ଷାଳୟ ରେ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ଭାବରେ ପାଳନ ହୋଇ ଯାଇଛି

ଦିଲ୍ଲୀ ରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ର ମହା ବିଷୁବ ସଂକ୍ରାନ୍ତି ମିଳନ
ଭିଜନ୍ ଓଡିଶା ୨୦୩୬/୨୦୮୬
୨୩ ଏପ୍ରିଲ ୨୦୨୩ , ଦିଲ୍ଲୀ ରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ର ମହା ବିଷୁବ ସଂକ୍ରାନ୍ତି ମିଳନ କାର୍ଯକ୍ରମ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ପ୍ରେକ୍ଷାଳୟ ରେ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ଭାବରେ ପାଳନ ହୋଇ ଯାଇଛି। ଶ୍ରୀମତୀ ମିନାକ୍ଷୀ ଲେଖି, ମାନ୍ୟବର ସଂସ୍କୃତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓଡିଶା ର ଜାତୀୟତା ଭାରତୀୟ ମହା ଜାତୀୟତା ର ପ୍ରତୀକ। ପ୍ରଭୁ ଜଗନ୍ନାଥ ସାରା ଭାରତ କୁ ସାମାଜିକ ସମରସତା ରେ ବାନ୍ଧି ରଖିଛନ୍ତି। ପ୍ରବାସୀ ଓଡିଆ ବିକାଶ ସମିତି ର ବହୁ ପ୍ରସଂଶା କରିଥିଲେ ଓଡିଶା କୁ ବାହାରେ ତାଙ୍କର ସଂସ୍କୃତି କୁ ବଞ୍ଚେଇ ରଖିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୋପାଳ ଆର୍ଯ୍ଯ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ବରିଷ୍ଠ ପ୍ରଚାରକ ତଥା ପର୍ଯ୍ୟାବରଣ ଭାରତୀ ର ରାଷ୍ଟ୍ରୀୟ ସଂଯୋଜକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ସେ ଓଡ଼ିଶାର ଜଳ, ଜଙ୍ଗଲ, ଜମି, ଜମା ସମ୍ପଦ ଏବଂ ଏହାର ସଂଜମତାର ସହ ପ୍ରୟୋଗ ଉପରେ ଜୋର ଦେଇଥିଲେ। ଆମେ ଭବିଷ୍ୟତ ଦେଖିନେ, କିନ୍ତୁ ଆମ ଭବିଷ୍ୟତ ବଂଶଧରମାନଙ୍କ ଜୀବନ ଯାପନ ପାଇଁ ଉପଯୁକ୍ତ ସମ୍ପଦ ତଥା ପରିବେଶ ଦେଇପାରିବା । ସେ ସମ୍ପର୍କରେ ପଲିସି ସହ କାର୍ଯ୍ଯାନ୍ବୟନ କଲେ ଯାଇ ସଫଳ ହୋଇପାରିବ। ତିନୋଟି ସୂତ୍ର ସମସ୍ତ ଙ୍କୁ ଦେଇଥିଲେ କେମିକାଲର କମ ବ୍ୟବହାର, ବିଦ୍ୟୁତ ର ଉପଯୁକ୍ତ ନିୟୋଜନ, ପରିବେଶ ର ଉପଯୁକ୍ତ ଯତ୍ନ।
ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ ଏବଂ ତାଙ୍କ ବକ୍ତବ୍ୟରେ ଓଡିଶା ଏକ ବିଭବଶାଳୀ ପ୍ରାନ୍ତ ଥିଲା ଏବଂ ବିଶ୍ଵ ଅର୍ଥନୀତି କୁ ନିଜର ପୁରୁଷାର୍ଥ ମାଧ୍ୟମରେ ପ୍ରଭାବିତ କରିଥିଲା ତାର ନିଦର୍ଶନ ବିଶ୍ୱରେ ବହୁ ଦେଶରେ ଯଥା କମ୍ବୋଡ଼ିଆ, ଇଣ୍ଡୋନେସିଆ, ଚୀନ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲୟସିଆ, ଶ୍ରୀଲଙ୍କା ଇତ୍ୟାଦି ରେ ଦେଖାଯାଇଛି।
ସେଇ ପୁର୍ବ ଗୌରବ କୁ ପୁନଃ ଦୋହରାଇ ଓଡିଶା ଏକ ପବିତ୍ର ସଂସ୍କୃତି ପରମ୍ପରା ଆର୍ଥିକ ଉନ୍ନୟନ ରେ ବିକଶିତ ପ୍ରାନ୍ତ ଭାବରେ ଭାରତ ତଥା ବିଶ୍ଵର ଅର୍ଥନୀତି କୁ ପୁନଃ ପ୍ରଭାବିତ କରିବ ବୋଲି ମତବ୍ୟକ୍ତ କରିଥିଲେ ଏବଂ ସେଥି ପାଇଁ ବିଜ୍ଞ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ବିଚାର ଏବଂ ଆକ୍ସନ ପ୍ଳାନ ରଖିଥିଲେ।
ଶ୍ରୀ ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ଓଡିଶା ର ରପ୍ତାନୀ ରେ ଖଣିଜ ସମ୍ପଦ ବ୍ୟତୀତ ଅନ୍ୟ ସମାଗ୍ରୀ ର ସମାହାର କୁ ବଢେଇବାକୁ ହେବ ବୋଲି ମତ ପ୍ରକାଶ କରିଛନ୍ତି। ପିଟିଆଇ ର ସମ୍ପାଦକ ଶ୍ରୀ ରାଜେଶ ମହାପାତ୍ର ଓଡ଼ିଶା ର ସାମଗ୍ରୀକ ଉନ୍ନତି କିପରି ହେବ ସେ ବିଷୟରେ ମତାମତ ଦେଇଥିଲେ। ଶ୍ରୀ ସୁଧାଂଶୁ ଷଡଙ୍ଗୀ, ମହାନିର୍ଦ୍ଦେଶକ ବର୍ହିବାଣିଜ୍ଯ ଓଡ଼ିଶା ପାଖରେ ଅପର୍ଯ୍ୟାପ୍ତ ସୁଯୋଗ ଅଛି ତାକୁ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।
ଶ୍ରୀ ଯତୀନ୍ଦ୍ରନାଥ ସ୍ଵାଇଁ, ସଚିବ ମତ୍ସ୍ୟ ବିଭାଗ ଭାରତ ସରକାର, ପରିବେଶ କୁ ସନ୍ତୁଳିତ ରଖି ଓଡିଶାର କୃଷି ଏବଂ ମତ୍ସ୍ୟ ଉତ୍ପାଦନ କିପରି ବୃଦ୍ଧି ପାଇବ ସେ ନେଇ ତାଙ୍କର ଅଭିବ୍ୟକ୍ତି ରଖିଥିଲେ।
ଶ୍ରୀ ସୁରଜିତ୍ ଭୁଜବଳ ପ୍ରମୁଖ ମହାନିର୍ଦ୍ଦେଶକ, ରାଜସ୍ୱ ବିଭାଗ ଓଡିଶା ର ଭିତ୍ତିଭୂମି ବିକାଶ ସମ୍ପର୍କରେ ଅବଗତ କରାଇଥିଲେ।
ଶ୍ରୀ ରଞ୍ଜନ ମହାପାତ୍ର, ନିର୍ଦ୍ଦେଶକ ଇଣ୍ଡିଆନ୍ ଅୟେଲ, ଭବିଷ୍ୟତର ପ୍ରାକୃତିକ ଶକ୍ତି ର ଉତ୍ସ ଉପରେ ନିର୍ଭରଶୀଳ ହେବେ ବୋଲି କହିଥିଲେ ଏବଂ ଶ୍ରୀ ଶୁଭମୟ ଭଟ୍ଟାଚାର୍ଯ୍ୟ, କ୍ଷିତିଶ କୁମାର ନାୟକ, ସିଇଓ କିରି ଗ୍ରୁପ ଶକ୍ତି ଏବଂ ପ୍ରାକୃତିକ ସମ୍ପଦର ର ସଂଜମତା ରେ ବ୍ୟବହାର ସମ୍ପର୍କରେ ବୁଝାଇଥିଲେ।
ପ୍ରୋଫେସର ଦାମୋଦର ଆଚାର୍ଯ୍ୟ ବୈଷୟିକ ଶିକ୍ଷା ର ଭବିଷ୍ୟତ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ପ୍ରୋଫେସନାଲ୍ ଶିକ୍ଷା ଉପରେ ପ୍ରୋଫେସର ସତ୍ୟଭୂଷଣ ଦାଶ ନିଜର ମତ ରଖିଥିଲେ। ପ୍ରୋଫେସର ପ୍ରଣତି ପଣ୍ଡା, ନବ କିଶୋର ଦାସ ଏବଂ ଅମରେନ୍ଦ୍ର ବେହେରା ଯୁଗ୍ମ ନିର୍ଦ୍ଦେଶକ, NCERT ବିଭିନ୍ନ ସ୍ତରର ଶିକ୍ଷା କିପରି ହେବ ସେ ବାବଦରେ ଆଲୋଚନା କରିଥିଲେ।
ଶ୍ରୀ ଦେବାଶିଷ ପଟନାୟକ, ମ୍ଯାନେଜିଂ ଡିରେକ୍ଟର କ୍ରାଉନ୍ ହୋଟେଲ ଏବଂ ଡାଃ ଦେବେନ୍ଦ୍ର ମାଝୀ ଓଡିଶା ର ଡେଷ୍ଟିନେସନ ବ୍ରାଣ୍ଡି ଉପରେ ମତବ୍ୟକ୍ତ କରିଥିଲେ ।
ଗତକାଲି Constitution କ୍ଲବ ରେ ଆୟୋଜିତ ଭିଜନ୍ ଓଡିଶା ୨୦୩୬/୨୦୮୬ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଦୀପକ କୁମାର ମିଶ୍ର, ତାଙ୍କ ବକ୍ତବ୍ୟରେ ସେ ଓଡିଶା ର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଆମର ଯେଉଁ ଦାୟିତ୍ଵ ଅଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ଓଡ଼ିଆବ୍ୟକ୍ତି ତାଙ୍କ ଜୀବନରେ ଓଡ଼ିଆ ଭାଷା ର ବ୍ୟବହର, ଓଡ଼ିଆ ପୋଷାକ ପରିଧାନ, ଓଡ଼ିଆ ଖାଦ୍ୟ ତଥା ସଂସ୍କୃତି ପରମ୍ପରା କୁ ଯୋଡି ରଖିବା ର ସମ୍ପର୍କରେ ନିଜର ମତପୋଷଣ କରିଥିଲେ।
ଓଡ଼ିଶା ସଫଳ ଉଦ୍ୟମିତା ର ସୃଷ୍ଟି ଏବଂ ରୂପାୟନ କିପରି ହୋଇ ପାରିବ ଶ୍ରୀ ବି କେ ଶବରବlଳ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ କଞ୍ଚା ଲଙ୍କା OTT ର ଶ୍ରୀ ବିଭୁ ରଥ, ଶ୍ରୀମତୀ ଗିରିଜା ଭାରତ, ଡାଃ ଧୀରଜ ସିଂହ ଡାଃ ସରୋଜ ଜେନା, ଏବଂ ଶ୍ରୀ ସଂଜୀବ ମିଶ୍ର, ସଚିବ , ରାଷ୍ଟ୍ରୀୟ ରିକୃଟମେଣ୍ଟ ସଂସ୍ଥା ଏହି ସତ୍ର ରେ ବହୁମୂଖୀ ପ୍ରତିଭା ରେ ସମ୍ମିଳିତ ଓଡ଼ିଆ ଯୁବ ପ୍ରତିଭା ଉଦ୍ୟମିତା ଏବଂ ବ୍ୟବସାୟ ବୃତ୍ତି କୁ ପ୍ରାଧାନ୍ୟ ଦେବା ଉପରେ ମତବ୍ୟକ୍ତ କରିଥିଲେ।
ଓଡ଼ିଶା ରେ କିପରି ନୂତନ ସୌଖିନ ମାଛର ବ୍ୟାପାର କରି ଏକ ସଫଳ ଉଦ୍ୟମ କରି ପାରିଛନ୍ତି ତାହା ଏକ ସଫଳ ପ୍ରୟୋଗ ବୋଲି କହିଥିଲେ।
ଓଡ଼ିଆ ତାର ସେହି ପୂରାତନ ଶକ୍ତି ର ସଂଚାର କରିବାର ଆବଶ୍ୟକତା ଅଛି ଯଦ୍ଵାରା ସାରା ବିଶ୍ୱରେ ପୁଣି ଭାରତର ବ୍ୟାପାରିକ ଶକ୍ତି କୁ ପୁନଃ ପ୍ରତିଷ୍ଠା କରିପାରିବ। ଓଡ଼ିଶାର ବ୍ୟକ୍ତି ନୂତନ ଉଦ୍ୟମିତା ର ରୂପାୟନ କରି ଦେଶକୁ ସ୍ୱାବଲମ୍ବନ କରିବା ର ପଣ ନବାର ନିହାତି ଆବଶ୍ୟକ ଅଛି ବୋଲି ମତବ୍ୟକ୍ତ କରିଥିଲେ।
ପିଓଭିଏସ୍ ର ଉପ ସଭାପତି ଶ୍ରୀ ସତ୍ୟ ଦାଶ ତାଙ୍କର ବକ୍ତବ୍ୟ ରେ ଓଡ଼ିଆ ମାନଙ୍କୁ ଓଡ଼ିଶାର ବିଚାର ସହିତ ଯୋଡି ହୋଇ ରହିବାପାଇଁ ,ନିଜର ପରିଚୟ କୁ ବିଶ୍ଵ ଦରବାର ରେ ବଞ୍ଚେଇ ରଖିବା ନିମିତ ତଥା ପରପୀଢ଼ି ଓଡିଆ ଭାବେ ଗୌରବାନ୍ୱିତ ହେବା ଲାଗି ଏହି ଓଡିଆ ନବବର୍ଷ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତ ରଖି ଥିଲେ। ପରାକ୍ରମୀ, ଶାନ୍ତିପ୍ରିୟ ଓଡ଼ିଆ ଯୁବକ ତାର ଐତିହ୍ଯ କୁ ମନେ ପକାଇ ପୁଣି ଶିଳ୍ପଗଠନ ପୂର୍ବକ ସ୍ୱାବଲମ୍ବୀ ହେବା କୁ ବଦ୍ଧପରିକର ହେବାର ସମୟ ଆସିଛି। ପ୍ରବାସୀ ଓଡ଼ିଆ ବିକାଶ ସମିତି ଏଥିପାଇଁ କଣ ଆହ୍ଵାନ ଏବଂ ନିରାକରଣ ଅଛି ସେ ଉପରେ କାର୍ଯ୍ୟ କରୁଛି।
ଶ୍ରୀ ଧୀରଜ ସିଂହ ଆବାହକତ୍ବ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପିଓଭିଏସ୍ ର ସମାଜ ରେ ରୋଲ୍ ସମ୍ପର୍କରେ ଅବଗତ କରାଇଥିଲେ।
ସାଧାରଣ ସମ୍ପାଦିକା ବିଜୟାନବମୀ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏଥିରେ ପ୍ରବାସୀ ଓଡ଼ିଆ ସମ୍ମାନ ରେ ଶ୍ରୀ ବସନ୍ତ କର , ପୋଷଣ ଉପରେ କାର୍ଯ୍ୟ ଯୋଗୁଁ ସମ୍ମାନିତ କରାଯାଇଥିଲା।
ପ୍ରୋଫେସର ବଳରାମ ପାଣି ଙ୍କୁ ଶିକ୍ଷା ପ୍ରଶାସନ କୁ ସରଳୀକରଣ କରି ଦିଲ୍ଲୀ ୟୁନିଭରସିଟିରେ ନିଯୁକ୍ତି ପଦୋନ୍ନତି କୁ ଏକ ଉଦାହରଣ ଭାବେ ପ୍ରସ୍ତୁତ କରିଥିବାରୁ, ଡାକ୍ତରି ସେବା ରେ ଡଃ ରମେଶ ମିଶ୍ର ଙ୍କୁ, ସଙ୍ଗୀତ କ୍ଷେତ୍ରରେ ପାରାକାଷ୍ଠା ଯୋଗୁଁ ଶ୍ରୀ କୃଷ୍ଣ ବେଉରା ଏବଂ ପ୍ରଭାବି ଗଣମାଧ୍ୟମ ଦ୍ଵାରା ମହିଳା ମାନଙ୍କ ସମସ୍ୟା ନିରାକରଣ ଲାଗି ପ୍ରଜ୍ଞା ଚୌଧରୀ ଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ଚୟନ କମିଟି ର ଅଧ୍ୟକ୍ଷ ଥିଲେ ସୁପ୍ରିମ କୋର୍ଟ ର ଅବସରପ୍ରାପ୍ତ ବିଚାରପତି ଶ୍ରୀ ଅରିଜିତ୍ ପଶାୟତ। ଶ୍ରୀ ଜୟଦେବ ଷଡଙ୍ଗୀ ପ୍ରୋଫେସର ସୁକୁମାର ମିଶ୍ର, ପ୍ରୋଫେସର ସତ୍ୟଭୂଷଣ, ଡାଃ ମନୋରଞ୍ଜନ ମହାନ୍ତି ଏହାର ପ୍ରମୁଖ ସଦସ୍ୟ ଥିଲେ।
ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ କୋଷାଧ୍ୟକ୍ଷ ଶ୍ରୀ ସୁଶାନ୍ତ ମହାପାତ୍ର। ଏଥିରେ ବହୁ ଓଡ଼ିଆ ଯୋଗଦେଇଥିଲେ। ସେ ସମସ୍ତ ପ୍ରୟୋଜକ ଙ୍କୁ ତାଙ୍କର ସହଯୋଗ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ।
ଡାଃ ଶୈଳେନ୍ଦ୍ର ସ୍ଵାଇଁ ଙ୍କ ଦ୍ଵାରା ସମ୍ପାଦିତ ପ୍ରବାସୀ ଓଡ଼ିଆ ୨୦୨3 ସ୍ମରଣିକା ଉନ୍ମୋଚନ ହୋଇଥିଲା। ସାଥି ସମ୍ପାଦକ ମଣ୍ଡଳୀର ସଭ୍ଯ ଡାଃ ପ୍ରକାଶ ସାହୁ, ଶ୍ରୀ ଶାଶ୍ବତ ପାଣିଗ୍ରାହୀ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ।
ପଣା, ବୌଦ୍ଧିକ, ପୁରସ୍କାର , ନାଚ, ଗୀତ ଏବଂ ଓଡିଆ ଖାଦ୍ୟ ର ସମାହାର ହୋଇଥିଲା।
ପ୍ରସିଦ୍ଧ ଗାୟକ ଶ୍ରୀ କୃଷ୍ଣ ବେଉରା, ସମୀକ୍ଷା ମିଶ୍ର, ପ୍ରଭୁ ମହାନ୍ତି ଏବଂ ପ୍ରିୟାଶିଂ ଜେନା, ସନ୍ତୋଷ ରାଉତ ସଙ୍ଗୀତ ପରିବେଷଣ କରିଥିଲେ।
ଗୁରୁ ଶ୍ରୀ ସୁଦର୍ଶନ ସାହୁ ଏବଂ ତାଙ୍କର ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମ ସଂଯୋଜକ ଥିଲେ ଶ୍ରୀ ପ୍ରିୟଦର୍ଶୀ ବଳ।
ଏଥିରେ ଶ୍ରୀ ରାଜେଶ ଶର୍ମା , ଶ୍ରୀ ଚିନ୍ମୟ ମହାନ୍ତି, ମଳୟ ପ୍ରଧାନ, ଡାଃ ଧୀରଜ ସିଂହ, ସୁଧିର ବାରିକ, କମଳେନ୍ଦୁ ନାୟକ, ପ୍ରଦ୍ୟୁମ୍ନ ବିଶ୍ଵାଳ, ପୀୟୂଷ ମହାପାତ୍ର, ସନ୍ତୋଷ ରାଉତ, ପ୍ରକାଶ ରାୟ, ରୋହିତ୍ ସିଂହ, ରୀତା ପାତ୍ର, ସରିତା ମହାପାତ୍ର, ରାଜେଶ ଦାସ, ଅମିୟ ନାୟକ, ଡାଃ. ପ୍ରକାଶ ସାହୁ, ଡଃ ସୁକାନ୍ତ ମହାପାତ୍ର, ଅମିୟ ନାୟକ, ଶ୍ୟାମସୁନ୍ଦର ମିଶ୍ର , ରାଖଲ ମହାନ୍ତି , ସୁଧାଂଶୁ ନାୟକ, ଅନିଲ ମହାପାତ୍ର, ପ୍ରକାଶ ରାୟ , ଆଦିଶା ମିଶ୍ର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।