ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ବ୍ରହ୍ମଗିରି ଆଇଆଇସିଙ୍କ ସୂଚନା

ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ନିଶା ମହାରଣାଙ୍କ କାର୍‌ ଦୁର୍ଘଟଣା । ବ୍ରହ୍ମଗିରି ଆଇଆଇସି ସୂଚନା ଦେଇଛନ୍ତି। ବିଦୁତ ଖୁଣ୍ଟକୁ ନିଶାଙ୍କ କାର୍‌ ଧକ୍କା ଦେବା ପରେ ଦୁର୍ଘଟଣା ହୋଇଛି । କାରରେ ନିଶାଙ୍କ ସହିତ ୫ଜଣ ଥିଲେ । ଆରଖକୁଦା ନିକଟ ଚିଲିକା ଓ ସମୁଦ୍ର ମୁହାଣ ବୁଲି ଫେରିବା ବେଳେ ରାସ୍ତାରେ ଘଟିଛି ଅଘଟଣ ।

ଅରଖକୁଦା ବ୍ରହ୍ମଗିରି ରାସ୍ତାର ସହଦେବ ପୁର ଗାଁ ନିକଟରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣା ପରେ ନିଶାଙ୍କ କାର୍‌କୁ ଦେଖି ସ୍ଥାନୀୟ ଲୋକେ ଏକ ଅଟୋରେ ଚିକିତ୍ସା ପାଇଁ ମେଡିକାଲ୍‌ ପଠାଇଥିବା କହିଛନ୍ତି। ଏହି ଘଟଣା ପରେ ଦୁର୍ଘଟଣା ଘଟି ଥିବା ନିଶାଙ୍କ କାର୍‌ ପାଖରେ ଲୋକଙ୍କ ଭିଡ଼ ଲାଗିଛି।