ତ୍ରିପୁରାରେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂସ୍କୃତି ତଥା ଓଡ଼ିଶା ମୋ ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଘଟଣାର ଅନୁଧ୍ୟାନ କରିବା ପାଇଁ ତ୍ରିପୁରା ଗ୍ରସ୍ତ

ତ୍ରିପୁରାରେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ

ତ୍ରିପୁରାରେ ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ସହିତ ଟେଲିଫୋନ ରେ କଥା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଘଟଣାସ୍ଥଳକୁ ଯାଇଥିଲେ ।

ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଏଭଳି ଦୁଃଖଦ ସମୟରେ ତ୍ରିପୁରାର ଲୋକଙ୍କ ପାଇଁ ଓଡ଼ିଶାବାସୀ ନିଶ୍ଚିନ୍ତ ସହଯୋଗର ହାତ ବଢାଇବେ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତ୍ରିପୁରା ସରକାରକୁ ଆବଶ୍ୟକ ସହାଯ୍ୟ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ମୃତକ କିମ୍ବା ଆହତଙ୍କ ଭିତରେ ଓଡ଼ିଶାରୁ କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକଙ୍କୁ ତ୍ରିପୁରା ପଠାଯାଇଛି । ଯଦି କୌଣସି ଓଡ଼ିଆ ସେଠାରେ ଥାନ୍ତି, ତେବେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଯିବ । ଏହାସହ ତ୍ରିପୁରାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ।

ଏଥିସହ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଅଗରତାଲାରେ ପହଞ୍ଚି ଜିବି ପନ୍ତ ସରକାରୀ ମେଡିକାଲ କଲେଜକୁ ଯାଇ ଆହତମାନଙ୍କୁ ଭେଟିଥିଲେ। ମୃତାହତଙ୍କ ମଧ୍ୟରେ କୌଣସି ଓଡ଼ିଆ ବ୍ୟକ୍ତି ନଥିବା ଜଣାପଡ଼ିଥିଲା। ପରେ ଶ୍ରୀ ରାଉତରାୟ ତ୍ରିପୁରା ସଚିବାୟଳୟରେ ମୁଖ୍ୟମନ୍ତ୍ରୀ ମାନିକ୍ ଶାହ ଓ ଭାରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପୁନିତ ଅଗ୍ରୱାଲଙ୍କୁ ଭେଟିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ତତ୍‌କାଳ ଉଦ୍‌ବେଗ ପ୍ରକାଶ କରି ରାଜ୍ୟର ଅଧିକାରୀଙ୍କୁ ପଠାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ଶାହ କୃତଜ୍ଞତା ଜଣାଇଥିଲେ । ପରେ ଶ୍ରୀ ରାଉତରାୟ ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ