ରବିବାର ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପୂର୍ବାହ୍ଣ ୧୧ଟାରେ ପ୍ରଧାନମନ୍ତ୍ରୀ ଆଭାସୀରେ ବନ୍ଦେ ଭାରତ ଉଦ୍ଘାଟନ କରିବେ ।

ରବିବାର ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ବନ୍ଦେ ଭାରତ ଟ୍ରେନ ଲୋକାର୍ପଣ କରିବେ। ପରେ ମୁଖ୍ୟମନ୍ତ୍ରୀ ଉକ୍ତ ଟ୍ରେନରେ ଭୁବନେଶ୍ୱର ଫେରିବର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ, ରବିବାର ବ୍ରହ୍ମୁପର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ପ୍ରବେଶ ଦ୍ୱାରାରେ ଥିବା ଖୋଲା ପଡ଼ିଆରେ ମୁଖ୍ୟମନ୍ତ୍ରୀ ସକାଳ ୯ଟାରେ ଜନସଭାକୁ ସମ୍ବୋଧିତ କରିବେ ।
ପୂର୍ବାହ୍ଣ ୧୧ଟାରେ ପ୍ରଧାନମନ୍ତ୍ରୀ ଆଭାସୀରେ ବନ୍ଦେ ଭାରତ ଉଦ୍ଘାଟନ କରିବେ । ସେଥିରେ ଯୋଗ ଦେବା ସହ ଉକ୍ତ ଟ୍ରେନରେ ଭୁବନେଶ୍ୱର ଫେରିବେ। ସେଥିପାଇଁ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀଙ୍କ ମାସର ଦ୍ୱିତୀୟ ଶନିବାର ଓ ରବିବାର ଛୁଟି ବାତିଲ୍ କରିଛନ୍ତି । ଏନେଇ ବିଏମ୍ସି କମିଶନର୍ ନିର୍ଦ୍ଦେଶ ଜାରି କରିଛନ୍ତି ।