କାଲି ବନ୍ଦେ ଭାରତର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଚକ୍ରଧରପୁରରେ ପହଞ୍ଚିବ। ହାୱଡା-ରାଉରକେଲା ମଧ୍ୟରେ ଦୂରତା ୪୧୩ କିମି ଅତିକ୍ରମ କରିବାକୁ ଟ୍ରେନ୍‌କୁ ମୋଟ ୫ଘଣ୍ଟା ୫୦ ମିନିଟ୍‌ ସମୟ ଲାଗିବ।

କାଲି ବନ୍ଦେ ଭାରତର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ସେପ୍ଟେମ୍ବର ୧୫ ତାରିଖରେ ଦେଶରେ ଗଡ଼ିବ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ। ଯାହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାଡ଼ଖଣ୍ଡର ଜାମସେଦପୁରରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଓଡ଼ିଶାରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ। ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଉପସ୍ଥିତ ରହିବେ।

ସେହିପରି ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ବନ୍ଦେ ଭାରତ ଟ୍ରେନ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରେ ଉକ୍ତ ଟ୍ରେନ୍‌ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ବ୍ରହ୍ମୁପର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ପ୍ରବେଶ ଦ୍ୱାରାରେ ଥିବା ଖୋଲା ପଡ଼ିଆରେ ମୁଖ୍ୟମନ୍ତ୍ରୀ ରବିବାର ସକାଳ ୯ଟାରେ ଜନସଭାକୁ ସମ୍ବୋଧିତ କରିବେ। ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଆଭାସୀରେ ବନ୍ଦେ ଭାରତ ଟ୍ରେନ୍‌ର ଉଦ୍‌ଘାଟନ କରିବେ। ସେଥିରେ ଯୋଗ ଦେବା ସହ ଉକ୍ତ ଟ୍ରେନ୍‌ରେ ଭୁବନେଶ୍ୱର ‌ଫେରିବେ। ସେଥିପାଇଁ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ୧୪ ଓ ୧୫ ତାରିଖ ଦୁଇ ଦିନ ମହାନଗର ନିଗମ କାର୍ଯ୍ୟାଳୟ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ନିଗମ କର୍ତ୍ତୃପକ୍ଷ। ଏନେଇ ବିଏମ୍‌ସି କମିଶନର୍‌ ନିର୍ଦ୍ଦେଶ ଜାରି କରିଛନ୍ତି।

ସେହିପରି ଆସନ୍ତା ୧୮ରୁ ଏହା ରାଉରକେଲା-ହାଓଡ଼ା ମଧ୍ୟରେ ନିୟମିତ ଚଳାଚଳ କରିବ। ଏହା ସପ୍ତାହର ମଙ୍ଗଳବାର ବ୍ୟତୀତ ଅନ୍ୟ ୬ ଦିନ ଚାଲିବ। ଟ୍ରେନ୍‌ଟି ରାଉରକେଲା ଷ୍ଟେସନରୁ ଦିନ ୧ଟା ୪୦ ମିନିଟ୍‌ରେ ଛାଡ଼ି ୩ଟା ୧୫ ମିନିଟ୍‌ରେ ଚକ୍ରଧରପୁର, ୪ଟା ୫ରେ ଟାଟାନଗର, ସଂଧ୍ୟା ୫ଟା ୫୮ ମିନିଟ୍‌ରେ ଖଡ଼ଗପୁର ଓ ରାତି ୭ଟା ୪୦ ମିନିଟ୍‌ରେ ଚକ୍ରଧରପୁରରେ ପହଞ୍ଚିବ। ହାୱଡା-ରାଉରକେଲା ମଧ୍ୟରେ ଦୂରତା ୪୧୩ କିମି ଅତିକ୍ରମ କରିବାକୁ ଟ୍ରେନ୍‌କୁ ମୋଟ ୫ଘଣ୍ଟା ୫୦ ମିନିଟ୍‌ ସମୟ ଲାଗିବ। ମୋଟ ୫ଟି ଷ୍ଟେସନ ଯଥା ହାଓଡ଼ା, ଖଡ଼ଗପୁର, ଟାଟାନଗର, ଚକ୍ରଧରପୁର ଓ ରାଉରକେଲାରେ ଏହାର ରହଣି ହେବ। ଟ୍ରେନ୍‌ରେ‌ ମୋଟ ୮ଟି କୋଚ୍‌ ରହିଛି।