ମୋଦୀ ପୁଟିନଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା
ମୋଦୀ ପୁଟିନଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଦ୍ୟ ରୁଷ୍ ଯାତ୍ରା କେବଳ ଭାରତ-ରୁଷ୍ ସମ୍ୱନ୍ଧକୁ ନୂଆ ଶିଖରରେ ପହଞ୍ଚାଇଛି, ତାନୁହେଁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମଧ୍ୟ ବଡ଼ ଚର୍ଚ୍ଚାକୁ ଜନ୍ମ ଦେଇଛି। ୫ବର୍ଷ ପରେ ରୁଷ୍ ମାଟିରେ ପାଦ ରଖିବା କ୍ଷଣି ମୋଦିଙ୍କର ସ୍ୱାଗତ ଖୁବ୍ ସମ୍ମାନ ଓ ରାଜକୀୟ ଭାବେ କରାଯାଇ ଥିଲା, ଯାହାକି ଦୁଇ ଦେଶ ମଧ୍ୟରେ ଗଭୀର ସମ୍ୱନ୍ଧକୁ ଦର୍ଶାଉଛି।
ଏହି ଯାତ୍ରୀ ଏଥିପାଇଁ ସ୍ୱତନ୍ତ୍ର , କାରଣ ୟୁକ୍ରେନ୍ ଉପରେ ରୁଷ୍ର ହମଲା ପରେ ଏହା ମୋଦିଙ୍କର ପ୍ରଥମ ମସ୍କୋ ଯାତ୍ରା ଥିଲା , ଯାହା ଉପରେ ଆମେରିକା ସମେତ ପଶ୍ଚିମୀ ଦେଶ ଗୁଡ଼ିକର ବିଶେଷ ନଜର ଥିଲା।
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବାରେ କୌଣସି ବି ସୁଯୋଗ ହାତ ଛଡ଼ା କରି ନାହାନ୍ତି। ଏହି ଯାତ୍ରା ବେଳେ ପିଏମ୍ ମୋଦିଙ୍କୁ ରୁଷ୍ର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି, ଯାହା କି ଦୁଇ ଦେଶ ମଧ୍ୟରେ ସମ୍ମାନ ଓ ବିଶ୍ୱାସକୁ ଆହୁରି ମଜବୁତ କରି ପାରିଛି। ପୁଟିନ୍ ଓ ମୋଦିଙ୍କ ଖୁବ୍ ନିବିଡ଼ ଭାବେ ପରସ୍ପରକୁ ଆଲିଙ୍ଗନ କରିବା ଅନେକ ଅର୍ଥରେ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା। ତାଙ୍କର ଏହି ଆଲିଙ୍ଗନ ଏହି ସଙ୍କେତ ଥିଲା କି, ରୁଷ୍କୁ ପଶ୍ଚିମୀ ଚାପର ସନ୍ତୁଳନ ପାଇଁ କେବଳ ଚୀନ୍ ଉପରେ ନିର୍ଭର ରହିବା ଆବଶ୍ୟକ ନାହିଁ। ଏହା ପଶ୍ଚିମ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ମଧ୍ୟ ଥିଲା କି, ଭାରତ କୌଣସି ଗୋଟିଏ ଶିବିରରେ ବାନ୍ଧି ହୋଇ ରହି ପାରିବ ନାହିଁ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଯାତ୍ରା ପରେ ଏହି ଚର୍ଚ୍ଚା ଉଠିଛି କି, ଭାରତ ଶୀତଳ ଯୁଦ୍ଧ ବେଳେ ନିରପେକ୍ଷ ଆନ୍ଦୋଳନକୁ ପୁଣି ଫେରାଇ ଆଣିଛି। ନିରପେକ୍ଷତାର ଏହି ନୀତିର ଉଦ୍ଦେଶ୍ୟ ଥିଲା କି, ଭାରତ କୌଣସି ବି ବଡ଼ ଶକ୍ତିଶାଳୀ ଗୋଷ୍ଠୀର ସଦସ୍ୟ ନହୋଇ ନିଜର ସ୍ୱତନ୍ତ୍ର ନୀତି ଆପଣାଇବା। ଏହି ଯାତ୍ରା ପୁଣି ଥରେ ଏହି ନୀତିକୁ ମହତ୍ତ୍ୱ ଦେଇଛି।
ଏହି ଯାତ୍ରା କେବଳ ବର୍ତ୍ତମାନ ସମୟର କୂଟନୀତି ପର୍ଯ୍ୟନ୍ତ ସୀମିତ ନାହିଁ , ବରଂ ଅତୀତର ଗଭୀର ପରମ୍ପରା ଅଂଶ ମଧ୍ୟ। ଯେବେ ଆମେରିକା ଓ ପଶ୍ଚିମୀ ଦେଶ ଆଫଗାନିସ୍ତାନରେ ଗ୍ରେଟ୍ ଗେମ୍ ଖେଳୁ ଥିଲେ ଏବଂ ପାକିସ୍ତାନର ଏକଛତ୍ରବାଦକୁ ପ୍ରୋତ୍ସାହନ ଦେଉଥିଲେ, ସେତେବେଳେ ରୁଷ୍ ଭାରତର ଗଣତାନ୍ତ୍ରିକ ବିଶ୍ୱାସକୁ ଦୃଢ କରିବାରେ ଲାଗିଥିଲା। ଏହି ସମୟରେ ରୁଷ୍ ଢାଞ୍ଚାଗତ ନିର୍ମାଣ ଠାରୁ ନେଇ ସେନା ଉପକରଣ ଯାଏ ସବୁଥିରେ ଯଥା ସମ୍ଭବ ସାହାଯ୍ୟ କରିଛି।
ଭାରତ ଓ ରୁଷ୍ ମଧ୍ୟରେ ସେନା ଓ ଆର୍ଥିକ ସହଯୋଗ ମଧ୍ୟ ଏହି ଯାତ୍ରାର ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ଥିଲା। ଦୁଇ ଦେଶ ମଧ୍ୟରେ ବ୍ରହ୍ମୋସ ମିସାଇଲ, ସୁଖୋଇ ବିମାନ ଓ ଟି-୯୦ ଟ୍ୟାଙ୍କ୍ ଭଳି ମହତ୍ତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉପକରଣର ଚୁକ୍ତି ବିକାଶ ଓ ଉତ୍ପାଦନ ଏହି ସହଯୋଗର ପ୍ରମୁଖ ଉଦାହରଣ । ଏହା ବ୍ୟତୀତ , ପରମାଣୁ ଶକ୍ତି ଓ ମହାକାଶ ସହଯୋଗରେ ମଧ୍ୟ ଦୁଇ ଦେଶ ପରସ୍ପରର ପ୍ରମୁଖ ପାର୍ଟନର ଅଟନ୍ତି।
ଶେଷରେ ଏହା କହି ପାରିବା , ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ରୁଷ୍ ଯାତ୍ରା ପୁଣି ଥରେ ଦର୍ଶାଇଛି ଯେ , ଭାରତ ଓ ରୁଷ୍ ମଧ୍ୟରେ ସଂପର୍କ କେବଳ କୂଟନୀତି ଯାଏ ସୀମିତ ନୁହେଁ , ବରଂ ଏହି ସଂପର୍କ ଇତିହାସ, ଆନ୍ତରିକ ବିଶ୍ୱାସ ଉପରେ ଆଧାରିତ। ଏହି ଯାତ୍ରା ଭାରତ ଓ ରୁଷ୍ ମଧ୍ୟରେ ବନ୍ଧୁତାକୁ ଆହୁରି ଦୃଢ କରିଛି ଏବଂ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ସହଯୋଗ ଆହୁରି ବଢିବ।