ତିହାରରେ ସୁସ୍ଥ ଅଛନ୍ତି କେଜ୍ରିଓ୍ବାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବେ ତିହାର ଜେଲ୍ରେ ଅଛନ୍ତି

ତିହାରରେ ସୁସ୍ଥ ଅଛନ୍ତି କେଜ୍ରିଓ୍ବାଲ

 ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବେ ତିହାର ଜେଲ୍ରେ ଅଛନ୍ତି। ଶନିବାର ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତି ରିଭ୍ୟୁ କରିଛନ୍ତି ଏମ୍ସର ଏକ ଡାକ୍ତରୀ ଦଳ। ମେଡିକାଲ ବୋର୍ଡ କେଜ୍ରିଓ୍ବାଲଙ୍କୁ ଦୁଇ ୟୁନିଟ୍ ଇନସୁଲିନ୍ ନେବାର ପରାମର୍ଶ ଦେଇଛନ୍ତି। ତିହାରର ଏକ ସୁତ୍ରରୁ କୁହାଯାଇଛି ଯେ, କେଜ୍ରିଓ୍ବାଲ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତାଙ୍କର ପୂର୍ବ ଔଷଧରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦେଶ ପରେ ଦିଲ୍ଲୀ ଏମ୍ସର ୫ ଜଣ ଡାକ୍ତରଙ୍କ ଟିମ୍ ଶନିବାର ଭିଡିଓ କନଫ୍ରେନ୍ସିଂ ଜରିଆରେ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ସମୀକ୍ଷା କରିଥିଲେ।

ପ୍ରାୟ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିଥିବା ଭିଡିଓ କନଫରେନ୍ସିଂରେ ମେଡିକାଲ ବୋର୍ଡର ସଦସ୍ୟଙ୍କ ବ୍ୟତୀତ ତିହାର ଜେଲ୍ର ଦୁଇ ଜଣ ଡାକ୍ତର ମଧ୍ୟ ସାମିଲ ହୋଇଥିଲେ। ଏକ ସପ୍ତାହ ପରେ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଦ୍ବିତୀୟ ଥର ସମୀକ୍ଷା କରାଯିବ। ସୁତ୍ରର ସୂଚନା ଅନୁସାରେ, ମେଡିକାଲ ବୋର୍ଡ କେଜ୍ରିଓ୍ବାଲାଙ୍କୁ ସେହି ଔଷଧ ଦେବା ଜାରି ରଖିବାକୁ କହିଛନ୍ତି, ଯାହା ସେ ପୂର୍ବରୁ ନେଉଛନ୍ତି। ଚଳିତ ସପ୍ତାହ ଆରମ୍ଭରୁ କେଜ୍ରିଓ୍ବାଲଙ୍କ ସୁଗାର ଲେବଲ ୩୨୦ ରେ ପହଁଞ୍ଚିବା ପରେ ଆପ୍ ସୁପ୍ରିମୋଙ୍କୁ ତିହାର ଜେଲ୍ରେ ଇନସୁଲିନର ପ୍ରଥମ ଡୋଜ୍ ଦିଆଯାଇଥିଲା।

ଗତ ସପ୍ତାହ ଦିଲ୍ଲୀ କୋର୍ଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ଡାକ୍ତରଙ୍କ ସହିତ ଦୈନିକ ପରାମର୍ଶ ଦାବି କରୁଥିବା କେଜ୍ରିଓ୍ବାଲଙ୍କ ଆବେଦନ ଖାରଜ କରିଦେଇଥିଲେ। ତେବେ କୋର୍ଟ ତିହାର ଜେଲ୍ ଅଧିକାରୀଙ୍କୁ ଏମ୍ସ ଡାକ୍ତରଙ୍କୁ ସାମିଲ କରିବା ଏକ ମେଡିକାଲ ବୋର୍ଡ ଗଠନ କରିବାର ନିର୍ଦେଶ ଦେଇଥିଲେ, ଫଳରେ ଏହା ଠିକ୍ ହୋଇପାରିବ ଯେ, ଟାଇପ୍-୨ ଡାଇବେଟିସ୍ରେ ପୀଡିତ ଆପ୍ ସୁପ୍ରିମୋଙ୍କୁ ଇନସୁଲିନ୍ର ଆବଶ୍ୟକତା ରହିଛି କି ନାହିଁ। କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଘର ଖାଦ୍ୟ ଖାଇବାର ଅନୁମତି ଦେଇଥିଲେ, କିନ୍ତୁ କହିଥିଲେ କେଜ୍ରିଓ୍ବାଲଙ୍କ ଡାକ୍ତରଙ୍କ ଦ୍ବାରା ଦିଆଯାଇଥିବା ଡାଏଟ୍ ଚାଟ୍କୁ ପାଳନ କରାଯିବ।