ମଧ୍ୟାହ୍ନ ଭୋଜନରେ ଶିକ୍ଷକଙ୍କ ଠକେଇ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଆଲି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଠକେଇ ଦେଖାଦେଇଛି ।
ସୂଚନାରୁ ପ୍ରକାଶ ଯେ,ଉକ୍ତ ବିଦ୍ୟାଳୟର ମୋଟ 70ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି ।କିନ୍ତୁ ମଙ୍ଗଳବାର ଦିନ 54 ଜଣ ଛାତ୍ର ଛାତ୍ରୀ ପାଠ ପଢିବାକୁ ଆସିଥିବା ବେଳେ ସ୍କୁଲ୍ ରେଜିଷ୍ଟର ରେ 60 ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ଦର୍ଶାଯାଇଥିଲା କିନ୍ତୁ ଉପସ୍ଥିତ 54 ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇ ନଥିବାରୁ ସାତ ଜଣ ଛାତ୍ର ଛାତ୍ରୀ ଖୁବ୍ କମ୍ ପରିମାଣର ଭାତ ଓ ଖାଲି ଅଣ୍ଡା ଝୋଳ ଖାଇ ରହିଯାଇଥିଲେ ଏବଂ କିଛି ଛାତ୍ର ଛାତ୍ରୀ ଘରକୁ ଖାଇ ଯାଇଥିଲେ l
ଆହୁରି ଅନେକ ଛାତ୍ର ଛାତ୍ରୀ ଆଉ ଭାତ ଖାଇବାର ଥିଲା କିନ୍ତୁ ଶିକ୍ଷକ ଆଉ ଭାତ ନାହିଁ ସେତିକି ଖାଇ ରୁହ ବୋଲି କହିଥିଲେ ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ଘଟଣା ବିଦ୍ୟାଳୟରେ ପ୍ରାୟ ଘଟୁଛି ବୋଲି କହିଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ପଚାରିବାରୁ ଏସବୁ ଅବ୍ୟବସ୍ଥା କୁ ସ୍ବୀକାର କରିଥିଲେ କିନ୍ତୁ ଦୋଷୀ ମୁଁ ନୁହେଁ ବୋଲି କହିଥିଲେ CRCC ଭରତ ଝାଙ୍କର୍ ମଧ୍ୟ ଅବ୍ୟବସ୍ଥା ଓ ରେଜିଷ୍ଟର ଠକାମୀ ସହ ମଧ୍ୟାହ୍ନ ଭୋଜନରେ ଠକେଇ କୁ ସ୍ବୀକାର କରିଥିଲେ।
ଏଠି ପ୍ରଶ୍ନ ଉଠୁଛି ଯେ ଶିଷକ,ପ୍ରଧାନ ଶିକ୍ଷକ ଓ CRCC ସମସ୍ତେ ଜାଣି ଛାତ୍ର ଛାତ୍ରୀ ଙ୍କ ପ୍ରତି ଏତେ ଅନ୍ୟାୟ ହେଉଛି ଯଦି ଏଠି ପ୍ରକୃତ ଦୋଷୀ କିଏ। ଏ ବିଷୟରେ ସ୍କୁଲ୍ କମିଟି ସଭାପତି ନାରାୟଣ ଭୋଇ ଓ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ଏ ଘଟଣା ଟି ସତ୍ୟ ଏବଂ ଏହାର ଅଭିଯୋଗ ମଧ୍ଯ ବହୁଦିନରୁ କରିଆସୁଛୁ କିନ୍ତୁ କୌଣସି ପ୍ରସାସନିକ ଅଧିକାରୀ ଏହା ବିରୁଦ୍ଧରେ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି କହିଥିଲେ।
ସରକାରଙ୍କ ସଭିଏ ପଢନ୍ତୁ ସଭିଏ ବଢନ୍ତୁର ନାରା ଓ ଖର୍ଚ୍ଚ ହେଉଥିବା ହଜାର ହଜାର କୋଟି ଟଙ୍କା କେତେ ଯେ କାର୍ଯ୍ୟକାରୀ ହେଉଛି ତାହାର ଏକ ଉଦାହରଣ ହେଉଛି ସରକାରୀ ପ୍ରାଥମିକ ବିଦ୍ୟାଳୟ ସିଆଲି ରୁ ବିଷୟରେ ଆମେ ଯେତେବେଳେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷଣ ଭୋଇ ଙ୍କୁ ଫୋନ୍ କରି ପଚାରିଥିଲୁ ସେ ଏବିଷୟରେ ଅବଗତ ନଥିଲେ ବର୍ତ୍ତମାନ ଏହାର ଉଚିତ୍ ତଦନ୍ତ କରି ଦୋଷୀ ଯିଏ ହେଉନା କାହିଁକି ତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଏବେ ଦେଖିବାକୁ ରହିଲା ଯେ ଛୋଟ ଛୋଟ କୋମଳ ମତି ପିଲାଙ୍କ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ତତ୍ପରତା କେତେ ଦେଖାଉଛି।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର